ଜମି ପଟ୍ଟା କରାଇ ଦେବା ପାଇଁ ଲାଞ୍ଚ କାରବାର ଘଟଣା: ଛେଣ୍ଡିପଦା ତହସିଲର ୨ ପୂର୍ବତନ କିରାଣୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ

You are currently viewing ଜମି ପଟ୍ଟା କରାଇ ଦେବା ପାଇଁ ଲାଞ୍ଚ କାରବାର ଘଟଣା: ଛେଣ୍ଡିପଦା ତହସିଲର ୨ ପୂର୍ବତନ କିରାଣୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ
Law Judge Gavel And Legality Symbol

ଅନୁଗୁଳ: ମ୍ୟୁଟେସନ କେସରେ ଜମି ବାଡ଼ି ପଟ୍ଟା କରାଇଦେବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଅନୁଗୁଳ ଛେଣ୍ଡିପଦା ତହସିଲର ଦୁଇ ଜଣ ପୂର୍ବତନ କିରାଣୀଙ୍କୁ ଆଜି ଦୁଇ ବର୍ଷ ଦଣ୍ଡାଦେଶ ହୋଇଛି। ଭିଜିଲାନ୍ସ କୋର୍ଟ ଆଜି କେସର ଶୁଣାଣି କରି ଉଭୟଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଣି କରିଥିବା ଜଣାଯାଇଛି।

ସୂଚନା ମୁତାବକ, ଛେଣ୍ଡିପଦା ତହସିଲର ପୂର୍ବତନ କିରାଣୀ ନିରଞ୍ଜନ ଦେହୁରୀ ଏବଂ ଲମ୍ବୋଦର ବେହେରା ଏକ ମ୍ୟୁଟେସନ କେସରେ ଜମି ବାଡ଼ି ପଟ୍ଟା କରାଇ ଦେବା ପାଇଁ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲେ। ଏ ନେଇ ସେତେବେଳେ ସମ୍ପୃକ୍ତ ବ୍ୟକ୍ତି ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଫଳରେ ଉଭୟଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଥିଲା। ସେହି ଦିନ ଠାରୁ ଭିଜିଲାନ୍ସ କୋର୍ଟରେ ଉଭୟଙ୍କ ନାମରେ ମକଦ୍ଦମା ଚାଲୁରହିଥିଲା। ଆଜି ଭିଜିଲାନ୍ସ କୋର୍ଟ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ଦୁଇ କିରାଣୀଙ୍କୁ ଦୁଇ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ କରିଥିବା ଜଣାଯାଇଛି।

Share

Leave a Reply