ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ୧.୫୧ ଲକ୍ଷ ଟଙ୍କାର ୧୨୦ ପେଟି ଅଣ୍ଡା ଲୁଟ ଘଟଣାରେ ପୋଲିସ ବୁଧବାର ଆଉ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳର ଅଣ୍ଡା ବ୍ୟବସାୟୀ ଏସ.କେ. ଇମ୍ରାନଙ୍କ ଟାଟା ଏସି ଗାଡ଼ିରେ ଅଣ୍ଡା ଅନୁଗୋଳ ପଠାଯାଇଥିଲା। ଛେଣ୍ଡିପଦା ଦେବଗଡ଼ ଛକରେ ଅଣ୍ଡା ପିକଅପ ଭ୍ୟାନରେ ଲୋଡ଼ ହେବା ପରେ ଚାଳକ ଟଙ୍କା ମାଗିବାରୁ ଫେରାର ହୋଇଥିଲେ।
ଅଭିଯୋଗ ପରେ ଛେଣ୍ଡିପଦା ପାଲିସ ମାମଲା ରୁଜୁ କରି ସିସିଟିଭି ଫୁଟେଜ ଯାଞ୍ଚ କରି ପୂର୍ବରୁ ୨ ଜଣଙ୍କୁ ଗିରଫ କରିଥିଲା। ଏସଆଇ ରାଜେଶ ଶତପଥୀଙ୍କ ନେତୃତ୍ୱରେ ଚଢ଼ାଉ କରି ଦେବଗଡ଼ ଜିଲ୍ଲା କୁଣ୍ଢେଗୋଳା ଥାନା ବୁଢ଼ାପାଳ ଗାଁର ଦିଲୀପ କୁମାର ନାୟକ ଓ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ବସାଲଇ ଗାଁର ସତ୍ୟବ୍ରତ ବେହେରାଙ୍କୁ ଗିରଫ କରାଯାଇଛି।