ସାତକୋଶିଆରେ ଦୁଇ ହାତୀ ମୃତ୍ୟୁ ଘଟଣା: ୨ ଶିକାରୀ ଗିରଫ

You are currently viewing ସାତକୋଶିଆରେ ଦୁଇ ହାତୀ ମୃତ୍ୟୁ ଘଟଣା: ୨ ଶିକାରୀ ଗିରଫ

ଅନୁଗୁଳ: ଅନୁଗୁଳ ବ୍ଲକ ସାତକୋଶିଆ ଅଭୟାରଣ୍ୟରେ ବିଦ୍ୟୁତ୍ ଆଘାତରେ ଦୁଇଟି ହାତୀଙ୍କ ମୃତ୍ୟୁ ଘଟଣାରେ ସଂପୃକ୍ତ ଦୁଇ ଜଣ ଶିକାରୀଙ୍କୁ ଗୁରୁବାର ବନ ବିଭାଗ ଗିରଫ କରିଛି। ଶିକାରୀମାନେ ବନ୍ୟପ୍ରାଣୀ ଶିକାର କରିବାକୁ ବିଦ୍ୟୁତ୍ ତାର ବିଛାଇଥିବାବେଳେ ଏଭଳି ଅଘଟଣ ହୋଇଥିବା ବନ ବିଭାଗ ସ୍ପଷ୍ଟ କରିଛି।

ସୂଚନା ଅନୁଯାୟୀ, ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଅନ୍ତର୍ଗତ ଟାଇଁସି ସଂରକ୍ଷିତ ଜଙ୍ଗଲର କମ୍ପାର୍ଟମେଣ୍ଟ-୯ ରେ ଦୁଇ ହାତୀଙ୍କ ଗଳିତ ମୃତଦେହ ମଙ୍ଗଳବାର ଠାବ ହୋଇଥିଲା। ସେଥିରୁ ଗୋଟିଏ ଦନ୍ତାହାତୀ ଥିବା ବେଳେ ଅନ୍ୟଟି ମାଈହାତୀ ଥିଲା। ବନ ବିଭାଗ ଘଟଣାର ତଦନ୍ତ କରି ଆଜି ପୁରୁଣାକୋଟ ଥାନା ତରଭା ଗ୍ରାମର ଅନିଲ ଭୋଇ(୨୭) ଓ ବୁଦ୍ଧିଆ ଭୋଇ(୪୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ସଂପୃକ୍ତ ଅନ୍ୟ ଶିକାରୀମାନେ ଫେରାର ହୋଇଯାଇଛନ୍ତି ବୋଲି ସାତକୋଶିଆ ଡିଏଫ୍ଓ ସରୋଜ ପଣ୍ଡା ସୂଚନା ଦେଇଛନ୍ତି।

Share

Leave a Reply