ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ରେଞ୍ଜର ବଘୁଆକଟା ଗ୍ରାମ ଓ କମଳପୁର ଗ୍ରାମରେ ଶୁକ୍ରବାର ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ଛେଳି ଚରାଇବାକୁ ଯାଇଥିବା ସମୟରେ ବଘୁଆକଟା ଗ୍ରାମର ମୁରାରୀ ବେହେରାଙ୍କୁ ଭାଲୁ ଆକ୍ରମଣ କରିଥିବା ବେଳେ କମଳପୁର ଗ୍ରାମର ତୁଳା ପ୍ରଧାନଙ୍କୁ ମଧ୍ୟ ଆକ୍ରମଣ କରିଛି। ସୂଚନା ମୁତାବକ ଆଠମଲ୍ଲିକ ରେଞ୍ଜର ବଘୁଆକଟା ଗ୍ରାମର ମୁରାରୀ ବେହେରା ନିଜ ବାଡ଼ି ନିକଟରେ ଛେଳି ଚରାଇବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ମୁରାରୀଙ୍କ ଡାହାଣ ପାର୍ଶ୍ଵ ଜଙ୍ଘକୁ ଭାଲୁ କାମୁଡି ଦେଇ ଚାଲି ଯାଇଥିଲା । ସେହିଭଳି କମଳପୁର ଗ୍ରାମର ତୁଳା ପ୍ରଧାନ ମଧ୍ୟ ଭାଲୁ ହବୁଡରେ ପଡ଼ିଥିଲ। ତୁଳା ବିଲରୁ ଧାନ ସଂଗ୍ରହ କରି ଫେରୁଥିବା ବେଳେ ଏକା ସାଙ୍ଗରେ ୩ଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। ତୁଳାଙ୍କ ମୁହଁକୁ ଭାଲୁ ରାମ୍ପୁଡି ଦେବାରୁ ତାଙ୍କ ଆଖିରେ ଗଭୀର କ୍ଷତ ହୋଇଛି। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ବେଳେ ତୁଳାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।
ଭାଲୁ ଆକ୍ରମଣରେ ୨ ଗୁରୁତର
- Post published:December 10, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
