ଅନୁଗୁଳ: ଅନୁଗୁଳ ଜନ ସ୍ବାସ୍ଥ୍ୟ ବିଭାଗର ଅପାରଗତାରୁ ସହରର ବିଭିନ୍ନ ସ୍ଥାନରେ ପାଇପ ଫାଟି ପାଣି ଲିକ କରୁଥିବା ଦେଖିବାକୁ ମିଳୁଛି। ଗୋଟିଏ ଯାଗା କୁ ମରାମତି କଲେ ତା ପାଖ ଯାଗା ଫାଟୁଛି। ଏ ସମସ୍ୟାର ସ୍ଥାୟୀ ସମାଧାନ ବୋଧହୁଏ ଜନ ସ୍ବାସ୍ଥ୍ୟ ବିଭାଗ ପାଖରେ ନ ଥିବା ଜଣା ପଡ଼ୁଚି। ଆଜି ଅମଲା ପଡ଼ା ଜୟଦୂର୍ଗା ମାର୍କେଟ ନିକଟରେ ପାଇପ ଫାଟି ଯିବାରୁ ପ୍ରବଳ ବେଗରେ ପାଣି ବାହାରିଥିଲା।ପ୍ରାୟ ସାତ ଆଠ ଫୁଟ ଉଚ୍ଚରେ ପାଣି ବାହାରିବାରୁ ପଦଚାରୀଙ୍କ ଯିବା ଆସିବାରେ ଅସୁବିଧା ହୋଇଥିଲା। ପ୍ରାୟ ଦୁଇ ହଜାର ଗ୍ୟାଲନ ପାଣି ରାସ୍ତାରେ ବୋହି ଯାଇଥିଲା। ବର୍ଷା ଦିନ ଆସୁଥିବାରୁ ଆଗକୁ ଏ ଭଳି ସମସ୍ୟା ଦେଖା ଦେଲେ ଜଳବାହିତ ରୋଗ ହେବାର ସମ୍ଭାବନା ବେଶୀ ରହିବ।
ରାସ୍ତାରେ ବୋହିଗଲା ୨ ହଜାର ଗ୍ୟାଲନ ପାଣି
- Post published:July 6, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul


