ଅନୁଗୁଳ: ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ଜଜ ପୋକସୋ।
ଗତ ୨୦୨୧ ମାର୍ଚ୍ଚ ୧୦ ରେ ଆଠମଲ୍ଲିକ ଥାନା ଅନ୍ତର୍ଗତ ପଦ୍ମପୋଖରୀ ଗ୍ରାମର ପ୍ରକାଶ ମୁଣ୍ଡା ହରିହରପୁର ଗ୍ରାମର ଜଣେ ନାବାଳିକାକୁ ଡରାଇ ଧମକାଇ ଏକ ଜଙ୍ଗଲିଆ ଜାଗାକୁ ନେଇ ଦୁଷ୍କର୍ମ କରିଥିଲା। ଏ ନେଇ ନାବାଳିକାର ପରିବାର ପକ୍ଷରୁ ଆଠମଲ୍ଲିକ ଥାନାରେ ଲିଖିତ ଏତଲା ଦିଆଯାଇଥିଲା। ଏତଲା ଆଧାରରେ ଆଠମଲ୍ଲିକ ଥାନା ପୋଲିସ କେସ୍ ନମ୍ବର ୧୫୫ ରେ ପୋକସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରକାଶ ମୁଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
ସୋମବାର ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ଜଜ ପୋକସୋ ସୌମ୍ୟା ଶୁଭଦର୍ଶିନୀ ଏହି କେସର ଶୁଣାଣି କରିଛନ୍ତି। ୧୭ଜଣ ସାକ୍ଷୀ ପ୍ରମାଣ ଆଧାରରେ ଅଭିଯୁକ୍ତ ପ୍ରକାଶ ମୁଣ୍ଡାକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୫୦୦୦ ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୧ବର୍ଷ ଜେଲଦଣ୍ଡ ଶୁଣାଣି କରିଛନ୍ତି। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ୍ର ପିପି ସରୋଜ କୁମାର ପଟ୍ଟନାୟକ କେସ୍ ପରିଚାଳନା କରୁଥିଲେ।