ଦୁଷ୍କର୍ମକାରୀଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

You are currently viewing ଦୁଷ୍କର୍ମକାରୀଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଡ-ହକ୍ ଅଡିସନାଲ ଜିଲ୍ଲା ଦୌରା ଜଜ୍(ଫାଷ୍ଟ ଟ୍ରାକ୍) କୋର୍ଟର ବିଚାରପତି ପି.ଆର ବହିଦାର ମଙ୍ଗଳବାର ଜଣେ ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଯେ, ଅନୁଗୁଳ ଜିଲ୍ଲା ଖମାର ଥାନା ଅଞ୍ଚଳର ଜଣେ ୧୨ ବର୍ଷ ନାବାଳିକା ୨୦୧୬ ଜୁନ୍ ୧୫ ତାରିଖରେ ଘର ବାରଣ୍ଡାରେ ତାଙ୍କ ଛୋଟ ୪ ଭାଇ ଭଉଣୀଙ୍କ ସହିତ ଶୋଇଥିଲେ। ରାତିରେ ତାଙ୍କ ମା’ ପଡ଼ୋଶୀ ଭାଇଙ୍କ ଘରକୁ ମାଛ ତରକାରୀ ନେଇ ଯାଇଥିଲେ। ଏହାର ସୁଯୋଗ ନେଇ ଗାଁର ଗୁରୁଚରଣ ପୁର୍ତ୍ତି(୨୮) ନାବାଳିକାଙ୍କ ମୁହଁରେ ହାତ ଦେଇ ପାଖ କୋଠରୀକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। କିଛି ସମୟପରେ ମା’ ଘରକୁ ଫେରି ଦେଖନ୍ତି ବଡ଼ ଝିଅ ଶୋଇବା ସ୍ଥାନରେ ନାହିଁ। ତେଣୁ ପାଟିକରି ଡ଼ାକିବାରୁ ପାଖ କୋଠରୀରୁ ଗୁରୁଚରଣ ପ୍ୟାଣ୍ଟ ପିନ୍ଧି ବାହାରକୁ ଦୌଡ଼ି ପଳାଇ ଯାଇଥିଲା। ମା’ ଯାଇ ଦେଖିଲା ବେଳକୁ ନାବାଳିକା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଲଗ୍ନ ହୋଇ ତଳେ ପଡ଼ିଛି। ଏହାପରେ ନାବାଳିକା ସମସ୍ତ କଥା ପରିବାର ଲୋକଙ୍କ ଆଗରେ କହିଥିଲେ। ଏ ନେଇ ପୀଡ଼ିତା ନାବାଳିକାଙ୍କ ପରିବାର ଲୋକ ଅଭିଯୁକ୍ତଙ୍କ ବାପା ମୁଚିରାମ ପୁର୍ତ୍ତିଙ୍କୁ ଜଣାଇଥିଲେ। ୧୬ ତାରିଖରେ ପରିବାର ଲୋକଙ୍କ ତରଫରୁ ଖମାର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗପାଇ ପୁଲିସ, ଥାନା କେସ୍ ନଂ ୪୭/୧୬-୬-୨୦୧୬ ଦଫା ୪୫୦, ୩୭୬(୨)(ଆଇ) ଓ ପକ୍‌ସୋ ଆଇନର ଧାରା ୬ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ଗୁରୁଚରଣଙ୍କୁ ଗିରଫ କରିଥିଲା। ପୀଡ଼ିତା ଓ ଅଭିଯୁକ୍ତଙ୍କ ଡ଼ାକ୍ତରୀ ପରୀକ୍ଷା କରାଯାଇଥିଲା। ଏହି ମାମଲାରେ ବିଚାରକରି ବିଚାରପତି ଶ୍ରୀ ବହିଦାର ୧୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ ଗୁରୁଚରଣଙ୍କୁ ଦୋଷୀ ସାବ୍ୟସ୍ତକରି ଆଇପିସିର ଦଫା ୩୭୬(୨)(ଆଇ) ଓ ପକ୍‌ସୋ ଆଇନର ଧାରା ୬ ପାଇଁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ଭୋଗିବେ। ସେହିଭଳି ଦଫା ୪୫୦ ପାଇଁ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୫ ହଜାର ଟଙ୍କା ଜୋରିମାନା। ଜୋରିମାନା ଅନାଦେୟ ହେଲେ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବେ। ସମସ୍ତ ଦଣ୍ଡାଦେଶ ସମାନ ସମୟରେ ଚାଲିବ। ଜୋରିମାନା ଆଦାୟ ହେଲେ ଏହି ଅର୍ଥ ଆଦାୟ ହେଲେ ଏହି ଅର୍ଥ ପୀଡ଼ିତାଙ୍କ ଥଇଥାନା ଓ ସ୍ବାସ୍ଥ୍ୟ ସେବା ଖର୍ଚ୍ଚ ପାଇଁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ସରକାରଙ୍କ ତରଫରୁ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ସୁଶାନ୍ତ କୁମାର ମିଶ୍ର ମକଦ୍ଦମା ପରିଚାଳନା କରିଥିଲେ।

Share

Leave a Reply