ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗର ବିଚାର କରି ମଙ୍ଗଳବାର ଅନୁଗୁଳ ଫାଷ୍ଟ ଟ୍ରାକ୍ କୋର୍ଟର ସ୍ବତନ୍ତ୍ର ବିଚାରପତି ପିଆର ବହିଦାର ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଅନୁସାରେ, ଆଠମଲ୍ଲିକ ଥାନା ଅଞ୍ଚଳରେ ୨୦୧୬ ମସିହା ମେ ମାସ ୧୨ ତାରଖ ଅପରାହ୍ନରେ ଜଣେ ୧୩ ବର୍ଷର ନାବାଳିକା ଗାଁ ମୁଣ୍ଡରେ ଥିବା ଏକ ନଳକୂଅକୁ ପାଣି ଆଣିବା ପାଇଁ ଯାଇଥିଲେ। ଏଡି ସମୟରେ ସେଠାରେ ଥିବା ଗାଁର ରବିନ୍ଦ୍ର ବେହେରା(୩୬) ନାମକ ଜଣେ ବ୍ୟକ୍ତି ତାଙ୍କୁ ଘରକୁ ଡ଼ାକିଥିଲେ। ନାବାଳିକା କାହିଁକି ଡ଼ାକୁଛ କହି ରବିନ୍ଦ୍ରଙ୍କ ଘର ବାରଣ୍ଡାକୁ ଯିବା କ୍ଷଣି ତାଙ୍କୁ ଭେିଡ଼ିନେଇ ଦୁଷ୍କର୍ମ କରିଥିଲେ। ତେବେ ଝିଅ ପାଣିପାଇଁ ଯାଇ କାହିଁକି ବିଳମ୍ବ ହେଲା ବୋଲି ନାବାଳିକାଙ୍କ ସମ୍ପର୍କିୟ ଜେଜେ ମା’ ଯାଇ ଦେଖିଲା ବେଳକୁ ନଳକୂଅ ପାଖରେ ବାଲଟି ଥୁଆ ହୋଇଛି ଝିଅ ନାହିଁ। ସନ୍ଦେହରେ ଜେଜେ ମା’ ରବୀନ୍ଦ୍ରଙ୍କ ଘର ଭିତରେ ପଶି ଦେଖିଲା ବେଳକୁ ରବୀନ୍ଦ୍ର ନାବାଳିକାଙ୍କୁ ଦୁଷ୍କର୍ମ କରୁଛି। ଜେଜେ ମା’ ପାଟିକରିବାରୁ ରବୀନ୍ଦ୍ର ସେଠାରୁ ଫେରାର ହୋଇଯାଇଥିଲେ। ଏ ନେଇ ପରିବାର ତରଫରୁ ଆଠମଲ୍ଲିକ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପାଇ ପୁଲିସ ଥାନା କେସ ନଂ- ୪୦/୧୬ରେ ଦଫା ୩୭୬(୨)(ଏଫ୍)(ଆଇ), ୩୬୩ ଓ ପକ୍ଶୋ ଆଇନର ଧାରା ୬ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ରବୀନ୍ଦ୍ରଙ୍କୁ ୨୦୧୬ ୧୪ ମେରେ ଗିରଫକରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ଅନୁଗୁଳ ଅଡହକ୍ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ବହିଦାର ୧୨ ଜଣ ସାକ୍ଷୀ ଓ ୧୭ଟି ଦଲିଲକୁ ଭିତ୍ତିକରି ଅଭିଯୁକ୍ତ ବୀରେନ୍ଦ୍ରଙ୍କୁ ଦୋଷୀ ସାବ୍ୟସ୍ତକରି ୨୦ ବର୍ଷ ସଶ୍ରମ କାରାଦଣ୍ଡସହ ୨୫ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ସୁଶାନ୍ତ କୁମାର ମିଶ୍ର ମକଦମା ପରିଚାଳନା କରିଥିଲେ।
ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
- Post published:June 23, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul