ଅନୁଗୁଳରେ ବିଜେଡି ଗଡ ଭୁସୁଡିଲା, ବିଜେପିକୁ ଅଭୂତପୂର୍ବ ଜନ ସମର୍ଥନ ପ୍ରତାପ,ଅଗସ୍ତି,ଅଶୋକ,ନଳିନୀ ବିଜୟୀ

0

ଅନୁଗୁଳ: ଚଳିତ ନିର୍ବାଚନରେ ଅନୁଗୁଳ ଜିଲ୍ଲାରେ ବିଜେପିକୁ ଅଭୂତପୂର୍ବ ଜନ ସମର୍ଥନ ଦେଖିବାକୁ ମିଳିଛି। ଏକ୍ଜିଟ ପୋଲର ଭବିଷ୍ୟବାଣୀକୁ ଭୁଲ୍ ପ୍ରମାଣିତ କରି ଫଳାଫଳ ଏଭଳି ହୋଇଛି ଯାହାକୁ ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ମଧ୍ୟ ହଜମ କରି ପାରୁ ନାହାଁନ୍ତି। ସର୍ବଶେଷ ସୂଚନା ଅନୁସାରେ ଅନୁଗୁଳ ବିଧାନ ସଭା ଆସନରୁ ପ୍ରତାପ ଚନ୍ଦ୍ର ପ୍ରଧାନ ବିଜେଡିର ସଂଯୁକ୍ତା ସିଂହଙ୍କୁ ୧୭୪୩୩ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି। ଅନୁଗୁଳରେ କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ର ୬୬୫୩ଟି ଭୋଟ ମିଳିଛି। ଛେଣ୍ଡିପଦା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଅଗସ୍ତି ବେହେରା ବିଜେଡିର ସୁଶାନ୍ତ ବେହେରାଙ୍କୁ ୧୫,୦୬୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ତାଳଚେରରେ ବିଜେଡିର ବ୍ରଜ କିଶୋର ପ୍ରଧାନ ବିଜେପିର କାଳନ୍ଦୀ ସାମଲଙ୍କୁ ୩୨,୧୨୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ସେହିଭଳି ଆଠମଲ୍ଲିକରେ ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ନିକଟତମ ବିଜେପି ପ୍ରାର୍ଥୀ ସଞ୍ଜୀବ ସାହୁଙ୍କୁ ୧୬,୨୧୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।

ଅନୁଗୁଳ ସମେତ ରାଜ୍ୟରେ ବିଜେପିର ଏହି ଅଭୂତପୂର୍ବ ବିଜୟରେ କର୍ମୀ ମାନେ ଅତ୍ୟନ୍ତ ଉତ୍ସାହିତ ହୋଇ ପଡିଛନ୍ତି। ବିଜେପିର ଏଭଳି ସଫଳତା ନେଇ ଏଟିଭି ପୂର୍ବାନୁମାନ କରି ଯେତେବେଳେ କ୍ରମାଗତ ଖବର କରୁଥିଲା
ଅନେକେ ଏହାକୁ ଏକପାଖିଆ ଖବର ପ୍ରସାରଣ ବୋଲି ଆକ୍ଷେପ କରିଥିଲେ। ସବୁଠାରୁ ବଡ଼ କଥା ହେଲା ବିଜେଡିର ଏଭଳି ବିପର୍ଯ୍ୟୟ ନେଇ ରାଜ୍ୟ ଗୋଇନ୍ଦା ବିଭାଗ ମଧ୍ୟ ଆକଳନ କରି ପାରିନଥିଲା। ବିଜେଡିର ମ୍ୟାଜିକ ଆଗରେ ବିଜେପିର ଅଣ୍ଡର କରେଣ୍ଟ ବେଶ୍ ଶକ୍ତିଶାଳୀ ମନେ ହୋଇଥିଲା। ଲୋକେ ପରିବର୍ତ୍ତନ ଚାହୁଁ ଥିଲେ। ଦ୍ଵିତୀୟ କଥା ହେଲା ବିଜେଡି ନେତା ମାନେ ଅନୁଗୁଳ ବ୍ଲକର ବିଭିନ୍ନ ସମସ୍ୟା ପ୍ରତି କ୍ରମାଗତ ଅଣଦେଖା କରିଥିଲେ।ତୃତୀୟ କଥା ହେଲା ବିଜେଡିର ଦ୍ଵିତୀୟ ଧାଡିର ନେତା ମାନେ ନିର୍ବାଚନ ସମୟରେ ଯେଭଳି ଲାଗିବା କଥା ସେଭଳି ଲାଗି ନଥିଲେ। ସେମାନେ ଅସମ୍ଭବ ନୀରବତା ଦେଖାଇବା ଦ୍ଵାରା ବିଜେପି ବିଜେଡି ଗଡ ଭେଦ କରି ଟାର୍ଗେଟ ହାସଲ କରି ନେଇଥିଲା।

ଏବେ ବିଜେପି ଶିବିରରେ ଉତ୍ସବର ମାହୋଲ ଏବଂ ବିଜେଡି ଶିବିରରେ ନୈରାଶ୍ୟ ଦେଖା ଦେଇଛି। ସେମାନଙ୍କ ପାଇଁ ଏବେ ଆତ୍ମ ସମୀକ୍ଷାର ବେଳ।

Leave A Reply

Your email address will not be published.

error: Content is protected !!