ବ୍ଲାକ ଫ୍ରାଇଡେ! ପୃଥକ୍ ଦୁର୍ଘଟଣାରେ ୨ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

You are currently viewing ବ୍ଲାକ ଫ୍ରାଇଡେ! ପୃଥକ୍ ଦୁର୍ଘଟଣାରେ ୨ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: କଳା ଶୁକ୍ରବାର ! ଆଜି ଅନୁଗୁଳ ଜିଲ୍ଲାର ପୃଥକ୍ ପୃଥକ୍ ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜଣ ଗୁରୁତର ହୋଇ କଟକ ସ୍ଥାନାନ୍ତରିତ ହୋଇଛନ୍ତି।

ସୂଚନା ମୁତାବକ, ମୂଷାପାପୁଲି ଅଞ୍ଚଳରୁ ଅମିୟ ରଞ୍ଜନ ମହାନ୍ତି ଗୁରୁବାର ରାତି ପ୍ରାୟ ୩ଟାରେ କେନ୍ଦୁଝର ସ୍ଥିତ ନିଜ ଘରକୁ ଯିବା ପାଇଁ ଅନୁଗୁଳ ନୂଆ ବସଷ୍ଟାଣ୍ଡକୁ ଆଉ ଦୁଇ ସାଙ୍ଗଙ୍କ ସହ ଏକ ବାଇକରେ ଆସୁଥିଲେ। ରନ୍ତଲେଇ ଗାଁ ନିକଟରେ ଏକ ଲୁହା ପ୍ଲେଟ ବୋଝେଇ ଟ୍ରକକୁ ଓଭରଟେକ୍ କରୁଥିବା ସମୟରେ ଟ୍ରକ୍ ବାହାରକୁ ବାହାରିଥିବା ଲୁହା ପ୍ଲେଟ ସହିତ ମାଡ଼ ହୋଇ ୩ ଜଣ ଯାକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅମୀୟଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସେହିପରି ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମ ନିକଟରେ ଆଜି କାର ସହିତ ବାଇକ ଦୁର୍ଘଟଣା ହୋଇଛି। ଫଳରେ ବାଇକ ଚାଳକ ଜଣଙ୍କ ଗୁରୁତର ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ବ୍ୟକ୍ତି ଅନୁଗୁଳ ବ୍ଲକ ନୂଆସାହି ଗ୍ରାମର ତଅଁଳୁ ସାହୁଙ୍କ ପୁଅ ଅନିଲ ସାହୁ (୨୭) ବୋଲି ସୂଚନା ମିଳିଛି। ଅନିଲ ଆଜି ସକାଳେ କାମ କରିବାକୁ ଯାଉଥିବା ବେଳେ ଏକ କାର ସହିତ ଦୁର୍ଘଟଣା ହୋଇଥିଲା। ଅନିଲଙ୍କର ବାମ ଗୋଡ ଭାଙ୍ଗି ଯାଇଥିବା ବେଳେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share

Leave a Reply