ଛେଳିଆପଡ଼ା ଏଟିଏମ୍‌ରୁ ଚୋରି

0

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ତଥା ସଦର ଥାନା ଇଲାକା ଛେଳିଆପଡ଼ା ଛକରେ ଥିବା ଏଟିଏମ୍‌ରୁ ଚୋରି ହୋଇଛି । ଗତ ଗୁରୁବାର ରାତିରେ କେହି ଦୁର୍ବୃତ୍ତ ଏଟିଏମ୍ କାଉଣ୍ଟରରେ ଥିବା ଦୁଇଟି ବ୍ୟାଟେରୀକୁ ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଚୋରିର ସମସ୍ତ ଚିତ୍ର ପାଖରେ ଥିବା ସିସିଟିଭିରେ କଏଦ୍ ହୋଇଥିବା ଜଣାପଡ଼ିଛି । ରାତି ସାଢ଼େ ୮ଟାରୁ ୯ଟା ମଧ୍ୟରେ ଏଟିଏମ୍ ସମ୍ମୁଖରେ ଏକ ଟାଟା ମ୍ୟାଜିକ୍ ଲାଗିଥିଲା। ଦୁର୍ବୃତ୍ତମାନେ ଏଟିଏମ୍‌ର ଭିତର କବାଟ ଭାଙ୍ଗି ମେସିନ୍ ସହିତ ସଂଯୋଗ ହୋଇଥିବା ୨ଟି ଯାକ ବ୍ୟାଟେରୀକୁ ଚୋରି କରି ଚମ୍ପଟ ମାରିଥିଲେ । ତେବେ ଦୁର୍ବୃତ୍ତ ଏଟିଏମ୍ ମେସିନ୍‌ର କୌଣସି କ୍ଷତି କରିନଥିବା ଜଣାପଡ଼ିଛି । ଏନେଇ ସଦର ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଛାନ୍‌ଭିନ୍ ଚଳାଇଛି।

Leave A Reply

Your email address will not be published.

error: Content is protected !!