ଭୁବନେଶ୍ବର: ରାଜ୍ୟରେ ଖୋଲିବ ଆଉ ୨୫ଟି ନୂଆ ଅବକାରୀ ଥାନା। ବଢ଼ୁଥିବା ନିଶା କାରବାର ଓ ମଦ ମାଫିଆଙ୍କ ବିତ୍ପାତକୁ ନିୟନ୍ତ୍ରଣ କରିବା ପାଇଁ ଅବକାରୀ ନିର୍ଦ୍ଦେଶାଳୟ ଏହି ପଦକ୍ଷେପ ନେଇଛନ୍ତି।
ଏ ନେଇ ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଅବକାରୀ ଅଧୀକ୍ଷକଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ନିଶା ଦୁର୍ନୀତିର ହଟସ୍ପଟ କୁହାଯାଉଥିବା ଗଞ୍ଜାମ, ବ୍ରହ୍ମପୁରରେ ୩ଟି ଲେଖାଏଁ ନୂଆ ଅବକାରୀ ଥାନା ଖୋଲିବ। କଟକ ଓ ମୟୂରଭଞ୍ଜରେ ଦୁଇଟି ଓ ଭୁବନେଶ୍ବରରେ ଗୋଟିଏ ଅବକାରୀ ଥାନା ଖୋଲିବ। ଏ ନେଇ ସେପ୍ଟେମ୍ବର ୪ରେ ଅବକାରୀ ଥାନା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହେବ।
କହି ରଖୁଛୁ, ଚିକିଟି ମଦ ମୃତ୍ୟୁ ପରେ ଏବେ ପୂରା ଆକ୍ସନ ମୋଡରେ ରାଜ୍ୟ ସରକାର ଓ ଅବକାରୀ ବିଭାଗ। ଏ ନେଇ ଗତକାଲି ନୂଆ ଅବକାରୀ ନାତି ଆଣିଛନ୍ତି ରାଜ୍ୟ ସରକାର। ଏଥିରେ ନୂଆ ମଦ ଦୋକାନ ଖୋଲାଯିବ ନାହିଁ ବୋଲି ସ୍ପଷ୍ଟ ଅଛି। ଚଳିତ ଆର୍ଥିକ ବର୍ଷରେ ପୂର୍ବରୁ ନବୀକରଣ ହୋଇନଥିବା ୫୭ ଗୋଟି ଅନ୍ ସପ୍ ର ପୁନଃ ନବୀକରଣ କରାଯିବନାହିଁ । ପ୍ରତିବର୍ଷ ବର୍ଦ୍ଧିତ ହେଉଥିବା ଏମଜିକ୍ୟୁ ଫ୍ୟାକ୍ଟର ର ଚଳିତ ବର୍ଷ ବର୍ଦ୍ଧିତ ହେବନାହିଁ। ବାର୍ ଗୁଡିକ କେବଳ ସଙ୍ଗୀତ ପରିବେଷଣର ଅନୁମତି ପାଇବେ। କିନ୍ତୁ ନୃତ୍ୟ ପରିବେଷଣ (ବାର୍ ଡ୍ୟାନ୍ସ)କୁ ଅନୁମତି ଦିଆଯିବ ନାହିଁ ବୋଲି ଉଲ୍ଲେଖ ଅଛି। ଏହା ୨୦୨୪ ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହୋଇ ଆସନ୍ତା ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ।