କଣିହାଁ କଳାକାର ସଂଘର ବିଡ଼ିଓଙ୍କୁ ୨୫ ଦଫା ଦାବିପତ୍ର ପ୍ରଦାନ

You are currently viewing କଣିହାଁ କଳାକାର ସଂଘର ବିଡ଼ିଓଙ୍କୁ ୨୫ ଦଫା ଦାବିପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ସୋମବାର ଏକ ୨୫ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି। କଳାକାର ସହାୟତା ରାଶି ସର୍ବନିମ୍ନ ୩୦୦୦ ଟଙ୍କାକୁ ବୃଦ୍ଧି କରିବା, ପ୍ରତି ଲୋକକଳା ଦଳକୁ ୩୦ ହଜାର ଟଙ୍କା ସରଞ୍ଜାମ କ୍ରୟ ଓ ମରାମତି ପାଇଁ ଦେବା, ପ୍ରତି ବ୍ଲକରେ ସ୍ଵତନ୍ତ୍ର କାର୍ଯ୍ୟାଳୟ ଓ ତାଲିମ କେନ୍ଦ୍ର ପ୍ରତିଷ୍ଠା, ଉପସଭାପତି ନିର୍ବାଚନ ପ୍ରତି ୫ ବର୍ଷରେ ଥରେ କରିବା, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ୫ ବର୍ଷରେ ଥରେ ବଦଳରେ ପ୍ରତିବର୍ଷ ଦେବାର ବ୍ୟବସୁ କରିବା, ଜିଲ୍ଲା ଖଣିଜ ପାଣ୍ଠି ଓ ଜିଲ୍ଲା ସଂସ୍କୃତି ପରିଷଦ ପାଣ୍ଠିରୁ ଜିଲ୍ଲା ଓ ବ୍ଲକରେ ଲୋକକଳା ପରିବେଷଣ ମଣ୍ଡପ ନିର୍ମାଣ ଆଦି ଦାବି କରାଯାଇଛି । ବିଭିନ୍ନ ଗ୍ରାମରୁ ଆସିଥିବା କଳାକାରମାନେ ନିଜର କଳା ପ୍ରଦର୍ଶନ ପୂର୍ବକ ଗାନ୍ଧି ମଣ୍ଡପ ଠାରୁ ବାହାରି ବ୍ଲକରେ ପହଞ୍ଚିବା ପରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ନବଘନ ସାମଲ, ଶିବ ଦାସ, ଜିଲ୍ଲା କଳା ସାମୁଖ୍ୟ ସମ୍ପାଦକ ବିପିନ ବିହାରୀ ପଟ୍ଟନାୟକ, ପ୍ରସନ୍ନ ଦାସ, ହୃଦାନନ୍ଦ ସାହୁ, ଶାନ୍ତିଲତା ଦାସ, ଦାଶରଥୀ ମହାନ୍ତି, ନବଘନ ବିଶି, ମୁନା ସାମଲ, ପ୍ରସନ୍ନ ମହାପାତ୍ର, ଲମ୍ବୋଦର ସାହୁ, କରୁଣାକର ସେଠୀ, ଲିଲୁତା ସାହୁ, ରୀନାରାଣୀ ସାହୁ, ଅନୀତା ସାହୁ, କ୍ଷିତିଶ ପ୍ରଧାନ, ପଣ୍ଡିତ ଚରଣ ପ୍ରଧାନ, କାଳିଆ ଦେହୁରୀ, ଅଲେଖ ସାହୁ, ପ୍ରମୋଦ ସହୁ ଏବଂ ଦୁଃଖବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply