୨୭୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

You are currently viewing ୨୭୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ତରଫରୁ ଶନିବାର ଚଢ଼ାଉ କରାଯାଇ ୨୭୦ ଗ୍ରାମ ବ୍ରାଉନସୁଗାର ଜବତ କରିବାସହ ଜଣେ ଯୁବକଙ୍କୁ ଗିରଫ କରିଛି।

ସୂଚନା ଯେ, ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ବିଭାଗର ଏକ ଟିମ୍କୁ ଅନୁଗୁଳ ଥାନା ଅନ୍ତର୍ଗତ କୁକୁଡାଙ୍ଗ ପାର୍କ ନିକଟକୁ ପଠାଇଥିଲେ। ସେଠାରେ ଟିମ ଛକିଥିଲା। ସେହି ରାସ୍ତା ଦେଇ ଏକ କାର(ଓଡି-୦୪କେ-୨୦୪୨)ରେ ବାପି ଓରଫ ଶିବାନନ୍ଦ ରାଉତ ବିକ୍ରମପୁର ଥାନା ଅନ୍ତର୍ଗତ ଗୋବରାରୁ ଅନୁଗୁଳ ଯାଉଥିବା ସମୟରେ ଅବକାରୀ ବିଭାଗ ଟିମ୍ କାରକୁ ଅଟକାଇ ଯାଞ୍ଚ କରିଥିଲା। କାରରୁ ୨୭୦ ଗ୍ରାମର ବ୍ରାଉନସୁଗାର ଜବତ କରିଥିଲା। ଏନେଇ ଏକ ମାମଲା ରୁଜୁକରି ଅବକାରୀ ବିଭାଗ କାର ଓ ବ୍ରାଉନସୁଗାରକୁ ଜବତକରି ଅଭିଯୁକ୍ତ ବାପିଙ୍କୁ କୋର୍ଟ ଚାଲାଣ କରିଛି। ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୨୭ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି।

Share

Leave a Reply