ଅନୁଗୁଳ: ଆଜି କୁଇଓ ସ୍ଥିତ ଲିଟିଲ୍ ହାର୍ଟସ୍ ଟଡଲରସ୍ ଏକାଡେମୀରେ ସ୍କୁଲର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ସ୍କୁଲ ପରିଚାଳନା କମିଟିର ଅନ୍ୟତମ ନିର୍ଦ୍ଦେଶିକା ତଥା ସ୍କୁଲର ପ୍ରତିଷ୍ଠାତା ଜ୍ୟୋତି ଗୋହିଲ ସହ ପ୍ରତିଷ୍ଠାତା ସ୍ବର୍ଗତ ହେମନ୍ତ ଗୋହିଲ୍ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ଗତ ୨୯ ବର୍ଷ ମଧ୍ୟରେ ସ୍କୁଲର ଉଲ୍ଲେଖନୀୟ ବିକାଶ ହୋଇଥିବା ବର୍ଣ୍ଣନା କରିଥିଲେ। ପ୍ରିନ୍ସିପାଲ କଳିଙ୍ଗ ରୁଦ୍ର ପଣ୍ଡା ସ୍କୁଲର ବିକାଶରେ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ଗୁରୁ ଭୂମିକା ରହିଥିବା କହିଥିଲେ।ସମାରୋହକୁ ଶିକ୍ଷୟିତ୍ରୀ ଶ୍ୱେତା ଗୁପ୍ତା ସଂଯୋଜନା କରିଥିବାବେଳେ ଭାଇସ୍ ପ୍ରିନ୍ସିପାଲ ଅଜୟ କୁମାର ବେହେରା ଧନ୍ୟବାଦ୍ ଦେଇଥିଲେ। ଶେଷରେ ସ୍କୁଲ ପିଲାଙ୍କୁ ମିଠା ବଣ୍ଟନ କରାଯାଇଥିଲା।
ଲିଟିଲ୍ ହାର୍ଟସ୍ ସ୍କୁଲର ୨୯ ତମ ପ୍ରତିଷ୍ଠା ଦିବସ
- Post published:July 10, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul