୨୯ ତମ ଓଡ଼ିଶା ରାଜ୍ୟ ଉଷୁ ଚାମ୍ପିୟନସିପ ଉଦଘାଟିତ

You are currently viewing ୨୯ ତମ ଓଡ଼ିଶା ରାଜ୍ୟ ଉଷୁ ଚାମ୍ପିୟନସିପ ଉଦଘାଟିତ

ଅନୁଗୁଳ: ଅନୁଗୁଳ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ରେ ୨୯ ତମ ରାଜ୍ୟ ଉଷୁ ଚାମ୍ପିୟନସିପ ଉଦଘାଟିତ ହୋଇଯାଇଛି। ଅନୁଗୁଳ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଉଷୁ ପରି ମାର୍ଶାଲ ଆର୍ଟ ଛାତ୍ର ଛାତ୍ରୀଙ୍କ ପାଇଁ ବିଶେଷ ହିତକାରୀ ବୋଲି ଜିଲ୍ଲା ପାଳ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଏଡିଏମ୍ ରଜନୀକାନ୍ତ ସ୍ୱାଇଁ ଉଷୁର ଅଧ୍ୟକ୍ଷ ଏସଏସ ହରିଚନ୍ଦନ, ରୋଟରିଆନ ଜୟଂଶ କୁମାର ମିଶ୍ର,ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ଆଇପିଇ ପ୍ରଶାନ୍ତ କୁମାର ସିହ୍ନା,ରାଜ୍ୟ ସଭାପତି ବିଷ୍ଣୁ ମୋହନ ମହାନ୍ତି,ବୈଷୟିକ ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ବେହେରା ପ୍ରମୁଖ ଯୋଗ ଦେଇ ରାଜ୍ୟରେ ଊଷୁ ଖେଳର କ୍ରମବିକାଶ ବର୍ଣ୍ଣନା କରିଥିଲେ।ଅନୁଗୁଳ ଜିଲ୍ଲା ଉଷୁ ସମ୍ପାଦକ ସୁଶାନ୍ତ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହାପରେ ଉଶୁ ଖେଳ ଆରମ୍ଭ ହୋଇଥିଲା।ରାଜ୍ୟର ପ୍ରାୟ ୩୦୦ ଖେଳାଳୀ ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରୁଛନ୍ତି।

 

Share

Leave a Reply