୧୩ ବର୍ଷର କ୍ରିତିକା ଆଗାମୀ ଦିନର ସନ୍ତରଣ ପ୍ରତିଭା

You are currently viewing ୧୩ ବର୍ଷର କ୍ରିତିକା ଆଗାମୀ ଦିନର ସନ୍ତରଣ ପ୍ରତିଭା

ଅନୁଗୁଳ: ୧୩ ବର୍ଷର ଝିଅ କ୍ରିତିକା,ଘର ଅମଲା ପଡ଼ା,ବାପା ବ୍ରହ୍ମାନନ୍ଦ ସାହୁ,ମା ପୁଷ୍ପଲତା ସାହୁ। ଗତ ଚାରି ତାରିଖରୁ ସାତ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ ର ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଆୟୋଜିତ ରାଜ୍ୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଏକାକୀ ପାଞ୍ଚ ଗୋଟି ମେଡାଲ ଜିତି ନିଜ ପ୍ରତିଭାର ପରିଚୟ ଦେବା ସହ ଜିଲ୍ଲା ପାଇଁ ଗୌରବ ସାଉଁଟି ଛନ୍ତି। କ୍ରୀତିକା ସପ୍ତମ ଶ୍ରେଣୀ ଯାଏ ସେଣ୍ଟଲରେନ୍ସରେ ପଢ଼ି ଯେତେବେଳେ ଅନୁଗୁଳ ସନ୍ତରଣାଗାରରେ ପହଁରା ଶିଖୁଥିଲେ ,ସେତେବେଳେ ବାହାରୁ ଆସି ଟାଲେଣ୍ଟ ଖୋଜୁ ଥିବା କୋଚଙ୍କ ନଜରରେ ଆସିଥିଲେ। କୋଚ ଜଣକ କ୍ରିତିକାଙ୍କୁ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲରେ ରହି ପଢିବାକୁ କହିଥିଲେ। ବାପା-ମାଙ୍କ ଉତ୍ସାହ ଯୋଗୁଁ ସେ ଗତ ଆଠ ମାସ ହେବ ଭୁବନେଶ୍ବରରେ ତାଲିମ ନେଉଛନ୍ତି। ଅନ୍ୟପକ୍ଷରେ ଗତ ପ୍ରତିଯୋଗିତାରେ ୨୦୦ମି ମିଡଲେ,୧୦୦ ମୀ ଫ୍ରି ଷ୍ଟାଇଲ, ୫୦ ମିଟର ବ୍ୟାକ ଷ୍ଟ୍ରୋକ, ୫୦ମି ବଟର ଫ୍ଲାଏରେ ରୌପ୍ୟ ପଦକ ଓ ୫୦ ମି ଫ୍ରି ଷ୍ଟାଇଲରେ କାନସ୍ୟ ପଦକ ଜିତି ଆଗାମୀ ଦିନର ତାରକା ହେବାର ପ୍ରମାଣ ରଖିଥିଲେ।ଭବିଷ୍ୟତରେ ଜଣେ ଦକ୍ଷ ପହଁରାଳି ହୋଇ ଦେଶର ନାମ ରଖିବାକୁ ସେ ବଦ୍ଧ ପରିକର। ଏଟିଭି ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରୁଛି।

Share

Leave a Reply