ଲକ୍ଷ୍ମୀ ହୋଣ୍ଡାର ‘Honda Joy Fest 2026’ ର ପ୍ରଥମ ବିଜେତା ଜୟକୃଷ୍ଣ ସାହୁ

You are currently viewing ଲକ୍ଷ୍ମୀ ହୋଣ୍ଡାର ‘Honda Joy Fest 2026’ ର ପ୍ରଥମ ବିଜେତା ଜୟକୃଷ୍ଣ ସାହୁ

ଅନୁଗୋଳ: ଲକ୍ଷ୍ମୀ ହୋଣ୍ଡା ପକ୍ଷରୁ ଚାଲିଥିବା ପାର୍ବଣ ଅଫର ‘The Honda Joy Fest 2026’ ର ପ୍ରଥମ ବିଜେତା ଭାବେ ପୁରସ୍କୃତ ହୋଇଛନ୍ତି କିଶୋରନଗର ଥାନା ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ଖଇରମୁଣ୍ଡା ଗ୍ରାମର ଜୟକୃଷ୍ଣ ସାହୁ। ଅନୁଗୋଳ ଲକ୍ଷ୍ମୀ ହୋଣ୍ଡାର ସ୍ଵେତାଧିକାରୀ ବିକ୍ରମ ଅଗ୍ରୱାଲଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଶାରଦୀୟ ଦୁର୍ଗାପୂଜା ଓ ଦୀପାବଳି ଅବସରରେ ଲକ୍ଷ୍ମୀ ହୋଣ୍ଡା ପକ୍ଷରୁ ଗ୍ରାହକମାନଙ୍କ ପାଇଁ ଏହି ବମ୍ପର ଅଫର ଆରମ୍ଭ କରାଯାଇଛି। ଏହି ଅଫରରେ ହୋଣ୍ଡା ସ୍କୁଟର ବା ବାଇକ୍ କିଣିଲେ ଗ୍ରାହକମାନେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍, ପ୍ରତ୍ୟେକ କ୍ରୟରେ ନିଶ୍ଚିତ ଉପହାର ଭାବେ ଫ୍ରିଜ୍, ୱାଶିଂ ମେସିନ୍, ଡିନର ସେଟ୍, ଏୟାର ଫ୍ରାୟର ଏବଂ ଦୈନିକ ଲକି ଡ୍ର’ରେ iPhone 17 ଜିତିବାର ସୁଯୋଗ ପାଇପାରିବେ। ଏଥିସହ ମାତ୍ର ୫.୯୯% ସୁଧ ହାର, କମ୍ ଡାଉନ୍ ପେମେଣ୍ଟ ଓ ୬୦ ମାସ ପର୍ଯ୍ୟନ୍ତ କିସ୍ତି ସୁବିଧା ରହିଛି। ପାର୍ବଣ ଋତୁରେ ନୂଆ ଗାଡ଼ି କିଣିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି ଲକ୍ଷ୍ମୀ ହୋଣ୍ଡା ପକ୍ଷରୁ କୁହାଯାଇଛି।

Share

Leave a Reply