ପ୍ରତିଶ୍ରୁତି ପୂରଣ କଲେନି ସରକାର, ଓଡିଶା ରାଜ୍ୟ ଉଜ୍ଜ୍ଵଳା ଦିଦି ସଂଘ ପକ୍ଷରୁ ଜିଲ୍ଲାକାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

You are currently viewing ପ୍ରତିଶ୍ରୁତି ପୂରଣ କଲେନି ସରକାର, ଓଡିଶା ରାଜ୍ୟ ଉଜ୍ଜ୍ଵଳା ଦିଦି ସଂଘ ପକ୍ଷରୁ ଜିଲ୍ଲାକାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

ଅନୁଗୁଳ: ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ଵଳା ଦିଦି ସଂଘ ତରଫରୁ ଆଜି ବିଭିନ୍ନ ଦାବି ନେଇ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ ଭାରତବର୍ଷରେ ଭାରତ ସରକାରଙ୍କ ଦ୍ବାରା ପ୍ରତିଟି ଗରିବ ଲୋକଙ୍କ ଘରେ ଉଜ୍ଜ୍ଵଳା ଗ୍ୟାସ ଯୋଗାଇ ଦିଆଗଲା। ଓଡ଼ିଶାରେ ମଧ୍ୟ ଏହି କାର୍ଯ୍ୟକୁ ସାକାର କରିବା ପାଇଁ ଉଜ୍ଜ୍ବଳା ଦିଦିମାନଙ୍କୁ କାର୍ଯ୍ୟ ଭାର ଦିଆଯାଇଥିଲା।
କିନ୍ତୁ ଦିଦିମାନଙ୍କୁ କାର୍ଯ୍ୟ ଦେବା ସମୟରେ ଯେଉଁସବୁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା କାର୍ଯ୍ୟକାରୀ କରାଯାଇନାହିଁ। ଏଣୁ ଉକ୍ତ ପ୍ରତିଶ୍ରୁତି ପାଳନ କରିବାକୁ ସଂଘ ପକ୍ଷରୁ ଏକ ଦାବି ପତ୍ର ଅନୁଗୁଳ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।
ଦାବି ପତ୍ର ପ୍ରଦାନ ବେଳେ ଓଡ଼ିଶା ରାଜ୍ୟ ଉଜ୍ଜ୍ଵଳା ଦିଦି ସଂଘର ରାଜ୍ୟ ସଂଯୋଜିକା ବୀଣାପାଣି ବେହେରା, ଭାରତୀୟ ମଜଦୁର ସଂଘର ବରିଷ୍ଠ କର୍ମକର୍ତ୍ତା ବସନ୍ତ କୁମାର ସାହୁ, ଉପଦେଷ୍ଟା ଅଭିମନ୍ୟୁ ନାୟକ, ସଞ୍ଜୟ କୁମାର ଦେହୁରୀ, ଜ୍ୟୋସ୍ନାରାଣୀ ସିଂ, ଲିପିକା ପ୍ରଧାନ ପ୍ରମୁଖ ଶତାଧିକ ସଂଘର ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply