କାର୍ଗିଲ ବିଜୟ ଦିବସରେ କବିତା ଆବୃତ୍ତି ସମାରୋହ

You are currently viewing କାର୍ଗିଲ ବିଜୟ ଦିବସରେ କବିତା ଆବୃତ୍ତି ସମାରୋହ
oplus_262144

ଅନୁଗୋଳ: ସ୍ଥାନୀୟ ଜିଲ୍ଲା ସଂସ୍କୃତି ପାଠାଗାର ଠାରେ ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ ପକ୍ଷରୁ ଏକ ଦେଶାତ୍ମବୋଧକ କବିତା ଆବୃତ୍ତି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବହୁ ବରିଷ୍ଠ ନାଗରିକ ଏବଂ ସ୍କୁଲ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ଅନୁଗୋଳର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜୀବ ଲୋଚନ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।ସୀମାନ୍ତ ସୁରକ୍ଷା ହେଉ କି ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ହେଉ ସେସବୁରେ ଭାରତୀୟ ଯବାନଙ୍କ ଭୂମିକା ସବୁବେଳେ ପ୍ରଶଂସନୀୟ ହୋଇଥାଏ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ।

କାର୍ଗିଲ ଯୁଦ୍ଧରେ ପାକିସ୍ଥାନର ପରାଜୟ ଏବଂ ଏହି ଯୁଦ୍ଧରେ ଅନୁଗୋଳର ମାନସ ରଞ୍ଜନ ସାହୁ କିଭଳି ସହିଦ ହୋଇଥିଲେ ସେ ବିଷୟରେ ବିଚାରକ ତଥା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବରିଷ୍ଠ କବି ଅୟସ୍କାନ୍ତ ମହାପାତ୍ର ଏବଂ ଓଡ଼ିଶା ରାଜ୍ୟ ଆଇନଜୀବୀ ସଂଘର ସହ ଅଧ୍ୟକ୍ଷ ଭୂପେଶ ଚନ୍ଦ୍ର ପ୍ରଧାନ ପ୍ରକାଶ କରିଥିଲେ ପ୍ରତିଯୋଗିତାରେ ଶମ୍ଭୁନାଥ ନାଏକ, ସାଇଶ୍ରୀ ପ୍ରଧାନ, ତୃପ୍ତିମୟୀ ବିଶ୍ଵାଳ ଏବଂ ଅସିତ୍ କୁମାର ପଟ୍ଟନାୟକଙ୍କୁ ପୁରସ୍କୃତ କରାଯାଇଥିଲା। ବିଶ୍ୱରଞ୍ଜନ ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିବା ବେଳେ ଜୟନ୍ତ କର ଧନ୍ୟବାଦ୍ ଦେଇଥିଲେ। ସୁବ୍ରତ ତ୍ରିପାଠୀ, ସୁଶାନ୍ତ ସେଠୀ ଏବଂ ସତ୍ୟ ସୁନ୍ଦର ଦାସ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।

Share

Leave a Reply