ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି: କଂଗ୍ରେସର ମହମବତୀ ପଦଯାତ୍ରା ଓ ସତ୍ୟାଗ୍ରହ

You are currently viewing ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି: କଂଗ୍ରେସର ମହମବତୀ ପଦଯାତ୍ରା ଓ ସତ୍ୟାଗ୍ରହ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ସନ୍ଧ୍ୟାରେ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ବରେ ଏକ ଶାନ୍ତିପୂର୍ଣ୍ଣ ମହମବତୀ ପଦଯାତ୍ରା ଓ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି। ସ୍ଥାନୀୟ କଂଗ୍ରେସ ଭବନରୁ ବାହାରିଥିବା ଏହି ପଦଯାତ୍ରା ମହାତ୍ମାଗାନ୍ଧୀ ପାର୍କରେ ପହଞ୍ଚିବା ପରେ, ପ୍ରତିମୂର୍ତ୍ତି ସମ୍ମୁଖରେ ମହମବତୀ ଜାଳି ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ଅବ୍ୟବସ୍ଥା, ପାଠ୍ୟପୁସ୍ତକରେ ୨୨୦୦ରୁ ଅଧିକ ତ୍ରୁଟି ଏବଂ ଜନ୍ତରମନ୍ତରରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ ଦମନଲୀଳାର ପ୍ରତିବାଦ କରିଥିଲେ କଂଗ୍ରେସ କର୍ମୀ। ଏଥିସହ ଶିକ୍ଷା ଓ ପରୀକ୍ଷା ପରିଚାଳନାରେ ସୁଧାର ଏବଂ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ତପନ ପ୍ରଧାନ, ନୀଳକଣ୍ଠ ନାଏକ, ଚିତ୍ତରଞ୍ଜନ ନାଏକ, ଗୋପାଳ ଚନ୍ଦ୍ର ନାଥ, ବଲବୀର ସିଂ, ବିନୋଦ ମାଝୀ, ରାକେଶ ମିଶ୍ର, ମାନିନୀ ପ୍ରଧାନ ଓ ସୁଦୀପ ମିଶ୍ରଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗଦେଇଥିଲେ।

Share

Leave a Reply