ମହିମା ଜ୍ୟୋତି ବିଦ୍ୟାପୀଠରେ ପ୍ରତିଷ୍ଠା ଦିବସ ପାଳନ

You are currently viewing ମହିମା ଜ୍ୟୋତି ବିଦ୍ୟାପୀଠରେ ପ୍ରତିଷ୍ଠା ଦିବସ ପାଳନ

ଅନୁଗୋଳ: ମହିମା ଜ୍ୟୋତି ଶୈକ୍ଷିକ ବିଦ୍ୟାପୀଠରେ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପ୍ରତିଷ୍ଠାନର ଫାଉଣ୍ଡେସନ୍ ଡେ ଧାର୍ମିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହା ଆଡମ୍ବରରେ ପାଳନ କରାଯାଇଥିଲା।

ଅପରାହ୍ଣ ୨ଟାରେ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରେ ମହିମାଧର୍ମର ପୂଜ୍ୟ ସାଧୁ-ସନ୍ଥମାନେ ଉପସ୍ଥିତ ରହି ବିଧିବଦ୍ଧ ଭାବେ ଘୃତ ଆହୁତି, ବିଶ୍ୱ ଶାନ୍ତି ନାମ ସଂକୀର୍ତ୍ତନ ଏବଂ ଅଖଣ୍ଡ ବ୍ରହ୍ମ ଧୂନି ପ୍ରଜ୍ୱଳନ କରିଥିଲେ। ଶିକ୍ଷାର୍ଥୀମାନଙ୍କ ସୁଖ, ଶାନ୍ତି, ମଙ୍ଗଳ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନାରେ ବିଶେଷ ଘୃତ ଆହୁତି ପ୍ରଦାନ କରାଯାଇଥିଲା। ସମଗ୍ର ରାତ୍ରି ଧରି ଘୃତ ଆହୁତି, ବିଶ୍ୱ ଶାନ୍ତି ନାମ ସଂକୀର୍ତ୍ତନ ଓ ଅଖଣ୍ଡ ବ୍ରହ୍ମ ଧୂନି ଚାଲିଥିବାରୁ ପରିବେଶ ଭକ୍ତିମୟ ହୋଇଉଠିଥିଲା। କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଓ ଭକ୍ତମାନେ ମଧ୍ୟ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଶେଷରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ଭକ୍ତି, ଆଧ୍ୟାତ୍ମିକତା ଓ ବିଶ୍ୱ ଶାନ୍ତିର ବାର୍ତ୍ତା ବହନ କରୁଥିବା ଏହି ମହୋତ୍ସବ ଅତ୍ୟନ୍ତ ସୁସଂଗଠିତ ଓ ଆଡମ୍ବରପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିଲା। ପ୍ରତିବର୍ଷ ବାହୁଡ଼ା ଯାତ୍ରା ଦିବସରେ ଏହି ଉତ୍ସବ ପାଳନ କରାଯାଇ ଆସୁଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Share

Leave a Reply