ଶରଧାପୁରରେ ମା’ ଗ୍ରାମେଶ୍ଵରୀ ଯୁବକ ସଂଘ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

You are currently viewing ଶରଧାପୁରରେ ମା’ ଗ୍ରାମେଶ୍ଵରୀ ଯୁବକ ସଂଘ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

ଅନୁଗୋଳ: ପୁରୁଣାକୋଟ ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମରେ ମା’ ଗ୍ରାମେଶ୍ଵରୀ ଯୁବକ ସଂଘ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଛି। ଗ୍ରାମକୁ ସ୍ୱଚ୍ଛ ଓ ରୋଗମୁକ୍ତ ରଖିବା ଲକ୍ଷ୍ୟରେ ସଂଘର ସଦସ୍ୟମାନେ ଶରଧାପୁର ହାଇସ୍କୁଲ ପରିସର ସମେତ ଗ୍ରାମର ବିଭିନ୍ନ ସ୍ଥାନ ସଫା କରିଥିଲେ।

ସ୍କୁଲ ପରିସରରେ ଜମା ହୋଇଥିବା ଝାଡ଼-ବୁଦା, ଜଙ୍ଗଲ ଓ ପ୍ଲାଷ୍ଟିକ ଆବର୍ଜନା ସଫା କରି ବ୍ଲିଚିଙ୍ଗ ପାଉଡର ସିଞ୍ଚନ କରାଯାଇଥିଲା। ପରେ ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ନେଇ ସଚେତନ କରାଯାଇଥିଲା। ଏହି ଅଭିଯାନରେ ସଭାପତି ଦୁଷ୍ମନ୍ତ ନାଏକ, ସମ୍ପାଦକ ଶିବୁ ନାଏକ, କୋଷାଧ୍ୟକ୍ଷ ସୁନୀଲ ନାଏକଙ୍କ ସମେତ ବହୁ ଯୁବକ ଯୋଗ ଦେଇଥିଲେ।

Share

Leave a Reply