ଅନୁଗୋଳ: ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଅଞ୍ଚଳରେ ଆସନ୍ନ ଲକ୍ଷ୍ମୀପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ମୂର୍ତ୍ତି ନିର୍ମାଣ ନିମନ୍ତେ ମାଟି ଅନୁକୂଳ କରାଯାଇଛି। ପୂଜା କମିଟି ପକ୍ଷରୁ ଏକ ଶିବ ମନ୍ଦିର ପ୍ରାଙ୍ଗଣରୁ ମାଟି ସଂଗ୍ରହ କରାଯାଇଥିଲା। ପୂଜକ କେଶବ ଶତପଥୀଙ୍କ ଦ୍ୱାରା ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ପରେ ମାଟି ଉଠାଯାଇଥିଲା।
ଏହି ଅବସରରେ ବିଜୟ କୁମାର ସାହୁ କର୍ତ୍ତା ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସଭାପତି ସନ୍ତୋଷ କୁମାର ସାହୁଙ୍କ ସମେତ ବିଭୁପ୍ରସାଦ ସେନାପତି, କିଶୋର ଖୁଣ୍ଟିଆ, ପବନା ସାହୁ, ଭାଗୀରଥୀ ଦେଓ, ବିଶ୍ୱେଶ୍ୱର ରାଉତ, ଅଭିରାମ ସାହୁ, ଶତ୍ରୁଘ୍ନ ସାହୁ, ଦୁଷ୍ମନ୍ତ ପ୍ରଧାନ, କୃପାସିନ୍ଧୁ ସାହୁ, ମନୋଜ ସାହୁ, ଭଗବାନ ସାହୁ ଓ ଗଣେଶ୍ୱର ବାରିକ ପ୍ରମୁଖ ସହଯୋଗ କରିଥିଲେ।












