‘ଅପରେସନ୍ ଦମନ୍’: ୩ ଦିନରେ ୩୦ରୁ ଅଧିକ ୱାରେଣ୍ଟି ଗିରଫ

You are currently viewing ‘ଅପରେସନ୍ ଦମନ୍’: ୩ ଦିନରେ ୩୦ରୁ ଅଧିକ ୱାରେଣ୍ଟି ଗିରଫ

ଅନୁଗୋଳ: ଆଗାମୀ ପର୍ବପର୍ବାଣୀ ଋତୁକୁ ଦୃଷ୍ଟିରେ ରଖି ଅନୁଗୋଳ ପୋଲିସ ପକ୍ଷରୁ ଅପରାଧ ନିୟନ୍ତ୍ରଣ ପାଇଁ ‘ଅପରେସନ୍ ଦମନ୍’ ନାମରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ଅଧୀନରେ ଗତ ୩ ଦିନ ମଧ୍ୟରେ ବିଭିନ୍ନ ଥାନା ଅଞ୍ଚଳରେ ପଡ଼ି ରହିଥିବା ୩୦ରୁ ଅଧିକ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି। ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି ମାମଲାଗୁଡ଼ିକୁ ଅଦାଲତଙ୍କ ନିକଟକୁ ପଠାଯାଇଛି।

ଅପରାଧ ଓ ଅପରାଧୀଙ୍କ ପ୍ରତି ଜିରୋ-ଟଲରାନ୍ସ ନୀତି ଅବଲମ୍ବନ କରି ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ପର୍ବପର୍ବାଣୀ ସମୟରେ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଓ ସାଧାରଣ ଜନତାଙ୍କୁ ସୁରକ୍ଷିତ ପରିବେଶ ଯୋଗାଇ ଦେବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ଏହି ଅଭିଯାନ ଆହୁରି ଜୋରଦାର କରାଯିବ ବୋଲି ସୂଚନା ମିଳିଛି।

Share

Leave a Reply