ଅନୁଗୋଳ: ଦିଲ୍ଲୀର ଛାତ୍ର-ଯୁବ ଆନ୍ଦୋଳନ ଓ ଦେଶବ୍ୟାପୀ ଚାପର ପ୍ରଭାବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ପ୍ରସଙ୍ଗରେ ଏଆଇଡିଏସ୍ଓ ପକ୍ଷରୁ କଣିହାଁ ମହାବିଦ୍ୟାଳୟ ସମ୍ମୁଖରେ ସୋମବାର ଏକ ସଭା ଅନୁଷ୍ଠିତ ହୋଇଛି। ସଂଗଠକ ସତ୍ୟବ୍ରତ ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ସଭାପତି ପରମାନନ୍ଦ ସାହୁ ଯୋଗଦେଇ ଛାତ୍ର ସମାଜର ଐତିହାସିକ ଲଢ଼େଇକୁ ପ୍ରଶଂସା କରିବା ସହ ସରକାରଙ୍କ ଶିକ୍ଷାମାରଣ ନୀତି ବିରୁଦ୍ଧରେ ଦୃଢ଼ ଆନ୍ଦୋଳନ ଗଢ଼ିତୋଳିବାକୁ ଆହ୍ବାନ ଦେଇଥିଲେ।
ଏହି ସଭାରେ NTAକୁ ସମ୍ପୂର୍ଣ୍ଣ ରଦ୍ଦ କରିବା, NEET ପେପର ଲିକ ମାମଲାରେ ଦୋଷୀଙ୍କୁ କଠୋର ଦଣ୍ଡ ଦେବା, ଜାତୀୟ ଶିକ୍ଷାନୀତି-୨୦୨୦ ବାତିଲ କରିବା, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ଏବଂ ସରକାରୀ ଶିକ୍ଷାକୁ ସୁରକ୍ଷା ଦେବାକୁ ଦାବି ହୋଇଥିଲା। ସମଜିତ ନାଏକ, ଅମର ସାହୁ, ସିତେଶ ପ୍ରଧାନ, ଶାଶ୍ୱତ ସାହୁ, କାହ୍ନା ନାଏକ, ବିନାୟକ ଜ୍ୟୋତିଷ, ଇପ୍ସୀତା ପ୍ରଧାନ ଓ ଲାବନ୍ୟା ନାଏକ ପ୍ରମୁଖ ଏଥିରେ ଯୋଗଦେଇଥିଲେ।











