ସତ୍ୟ ସାଇ ମନ୍ଦିରରେ ରକ୍ତଦାନ ଶିବିର, ୭୯ ୟୁନିଟ୍ ରକ୍ତ ସଂଗ୍ରହ

You are currently viewing ସତ୍ୟ ସାଇ ମନ୍ଦିରରେ ରକ୍ତଦାନ ଶିବିର, ୭୯ ୟୁନିଟ୍ ରକ୍ତ ସଂଗ୍ରହ

ଅନୁଗୋଳ: ସ୍ଥାନୀୟ ହାକିମ ପଡା ସ୍ଥିତ ଶ୍ରୀ ସତ୍ୟ ସାଇ ସେବା ସମିତି ତରଫରୁ ସତ୍ୟସାଇ ମନ୍ଦିର ପ୍ରାଙ୍ଗଣରେ ଏକ ରକ୍ତଦାନ ଶିବିର ସହ ଥାଲେସେମିଆ ଓ ସିକିଲସେଲ ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା ଶିବିର ଏବଂ ସାଧାରଣ ରୋଗୀଙ୍କ ପାଇଁ ପ୍ରାକୃତିକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରକ୍ତଦାନ ଶିବିରରେ ମୋଟ ୭୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବ୍ଲଡ୍ ବ୍ୟାଙ୍କ ଅଫିସର ଡା. ସତ୍ୟବ୍ରତ ପଟ୍ଟଯୋଶୀ ଶିବିରକୁ ପରିଚାଳନା କରିଥିଲେ।

ଥାଲେସେମିଆ ଓ ସିକିଲସେଲ ରୋଗୀଙ୍କ ସ୍ୱାସ୍ଥ୍ୟ ସଚେତନତା ଶିବିରକୁ ପ୍ରଖ୍ୟାତ ହେମାଟୋଲୋଜି ବିଶେଷଜ୍ଞ ଡା. ହେମଲତା ଦାସ, ଡା. ଜୁମନ ଜ୍ୟୋତି ନାଥ, ଡା. ସଞ୍ଚିତା ପାତ୍ର ଏବଂ ଡା. ଦେବାଶିଷ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ସେହିପରି ପ୍ରାକୃତିକ ଚିକିତ୍ସା ଶିବିରକୁ ଡା. ଦେବାଶିଷ ନାୟକ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସତ୍ୟସାଇ ସଂଗଠନର ଜିଲ୍ଲା ସଭାପତି ମନୋଜ ପଣ୍ଡା, ଆବାହକ ସଞ୍ଜୟ ସାହୁ, ଡା. ବଳଦେବ କର, ବିମଳ ଧର, ସୁଚିତ୍ରା ସାହୁ, ଜ୍ୟୋତ୍ସ୍ନା ରାଣୀ ସାହୁ, ଦେବାଶିଷ ପଟ୍ଟନାୟକ, ସିଦ୍ଧାର୍ଥ ରଞ୍ଜନ ସାହୁ, ଲିପୁ ସାହୁ, ପ୍ରତୀଚୀ ଦାସ, ପ୍ରଣତି ପୃଷ୍ଟି, ଅକ୍ଷୟ ମହାରଣା, ନର୍ମଦା ଧର ପ୍ରମୁଖଙ୍କ ସମେତ ସଂଗଠନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Share

Leave a Reply