ଅନୁଗୋଳ: ଅନୁଗୋଳ ଜିଲ୍ଲାର କୋଲିୟରୀ ପୋଲିସ ପକ୍ଷରୁ ‘ଅପରେସନ୍ ସୁରକ୍ଷା’ ଅଧୀନରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂଜା ନାଁରେ ଜୋରଜବରଦସ୍ତି, ଭୟଭୀତ ଏବଂ ଧମକଚମକ ଦେଇ ଚାନ୍ଦା ଆଦାୟ କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଆଗାମୀ ପର୍ବପର୍ବାଣୀ ସମୟରେ ସାଧାରଣ ଜନତାଙ୍କ ସୁରକ୍ଷା ଏବଂ ଏକ ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ବେଆଇନ ଚାନ୍ଦା ଆଦାୟ ଓ ଆପରାଧିକ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଜନସାଧାରଣଙ୍କ ସୁରକ୍ଷା ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପୋଲିସର ମୁଖ୍ୟ ପ୍ରାଥମିକତା ରହିଛି ବୋଲି ଅନୁଗୋଳ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଅପରେସନ୍ ସୁରକ୍ଷା: ଜୋରଜବରଦସ୍ତି ପୂଜା ଚାନ୍ଦା ଆଦାୟ କରିବା ପଡ଼ିଲା ମହଙ୍ଗା, ୩ ଗିରଫ
- Post published:September 13, 2026
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau





