ଧୂପ, ଦୀପ ଓ ବାଜାବାଣରେ କମ୍ପିଲା ମା’ ମାହେଶ୍ୱରୀଙ୍କ ପୀଠ: ଭକ୍ତିମୟ ପରିବେଶରେ ବାର୍ଷିକ ପୂଜା ସମ୍ପନ୍ନ

You are currently viewing ଧୂପ, ଦୀପ ଓ ବାଜାବାଣରେ କମ୍ପିଲା ମା’ ମାହେଶ୍ୱରୀଙ୍କ ପୀଠ: ଭକ୍ତିମୟ ପରିବେଶରେ ବାର୍ଷିକ ପୂଜା ସମ୍ପନ୍ନ

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ପ୍ରସିଦ୍ଧ ମା’ ମାହେଶ୍ୱରୀଙ୍କ ବାର୍ଷିକ ପୂଜା ଶନିବାର ଆଡ଼ମ୍ବର ସହକାରେ ପାଳିତ ହୋଇଛି। ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରାରେ ମା’ଙ୍କୁ ହଣ୍ଡପା ପରିକ୍ରମା କରାଯିବା ପରେ ପୀଠରେ ଯଥାରୀତି ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ବାଜା ଓ ବାଣର ଶବ୍ଦରେ ସମଗ୍ର ପୀଠ ଚଳଚଞ୍ଚଳ ହୋଇଉଠିଥିବାବେଳେ ଆଖପାଖ ଅଞ୍ଚଳରୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ମା’ଙ୍କ ଦର୍ଶନ କରିଥିଲେ।

ପୂଜା କାର୍ଯ୍ୟ ପରିଚାଳନାରେ ବିଶିକେସନ ବିଶ୍ୱାଳ, ରବିନାରାୟଣ ପରିଡ଼ା, ସଂସାର ସ୍ୱାଇଁ, ସପ୍ନେଶ୍ୱର ସାହୁ, ତରଣୀସେନ ସାହୁ, ଜିତେନ୍ଦ୍ର ସାହୁ ଏବଂ ରଞ୍ଜନ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।

Share

Leave a Reply