ଅନୁଗୋଳ: କିଶୋରନଗର ବ୍ଲକ ରଣିଆକଟାର ଚନ୍ଦ୍ରଚୂଡ଼ ବିଶ୍ୱାଳ ଓରଫ ଚିକୁନ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ତାଙ୍କୁ ଏହି ପଦବୀ ମିଳିଥିବାରୁ ଆଜି ବିଜେପି ମଣ୍ଡଳ ସଭାପତି ଧନୁର୍ଜୟ ପ୍ରଧାନ, ସାଂସଦ ପ୍ରତିନିଧି ସରୋଜ କୁମାର ସାହୁ ଓ ଜିତେନ୍ଦ୍ର ସାହୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି। ୨୦୧୭ ମସିହାରେ ଏବିଭିପିର ଜିଲ୍ଲା ସଂଯୋଜକ ଭାବେ ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ଚିକୁନ ପରେ ବଅଁତଳା ଡିଗ୍ରୀ କଲେଜ ଛାତ୍ର ସଂସଦ ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ।
୨୦୨୦ରେ ପ୍ରଥମ ଥର ପାଇଁ ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ଦାୟିତ୍ୱ ପାଇଥିଲେ ଏବଂ ପୁନର୍ବାର ସେହି ପଦରେ ମନୋନୀତ ହୋଇଛନ୍ତି। କମ୍ ବୟସରେ ତାଙ୍କର ଏହି ସଫଳତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଏହି ଅବସରରେ ଶ୍ରୀ ବିଶ୍ୱାଳ ଲୋକଙ୍କ ମୌଳିକ ସମସ୍ୟା ଦୂର କରିବା ସହ ଦଳମତ ନିର୍ବିଶେଷରେ ସମସ୍ତଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି।











