ମା’ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ: ଚଳିତ ବର୍ଷ ପାଇଁ କାର୍ଯ୍ୟକାରୀ ସଭାପତି ତାପସ ଏବଂ ସମ୍ପାଦକ ଭାବେ ମନ୍ଦର ମନୋନୀତ

You are currently viewing ମା’ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ: ଚଳିତ ବର୍ଷ ପାଇଁ କାର୍ଯ୍ୟକାରୀ ସଭାପତି ତାପସ ଏବଂ ସମ୍ପାଦକ ଭାବେ ମନ୍ଦର ମନୋନୀତ

ଅନୁଗୋଳ: ସ୍ଥାନୀୟ ଷ୍ଟେସନ ଛକ ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ମା’ ଦୁର୍ଗା ପୂଜା ଟ୍ରଷ୍ଟ ର ଏକ ସାଧାରଣ ବୈଠକ ସଭାପତି ନିଲୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚଳିତ ବର୍ଷ ପୂଜାକୁ କିପରି ଶାନ୍ତି ଶୃଙ୍ଖଳା ଓ ଧୁମଧାମରେ ପାଳନ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା।

ଏହି ଅବସରରେ ଚଳିତ ବର୍ଷ ପାଇଁ କାର୍ଯ୍ୟକାରୀ ସଭାପତି ଭାବେ ତାପସ ବିଶ୍ୱାଳ, ସମ୍ପାଦକ ଭାବେ ମନ୍ଦର ଧର ମହାପାତ୍ର ଓ କୋଷାଧ୍ୟକ୍ଷ ଭାବେ ମାନସ ରଞ୍ଜନ ସାହୁଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା। ପୂଜା ପାଇଁ ଚାନ୍ଦା ଆଦାୟ, ମୂର୍ତି ନିର୍ମାଣ, ମଣ୍ଡପ ସଜାସଜ୍ଜା, ଆଲୋକୀକରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଟ୍ରଷ୍ଟର ବହୁ ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply