ଖେଳପଡ଼ିଆରେ ସିମେଣ୍ଟ ଚେୟାର ଭାଙ୍ଗିଲା ହାତୀ, ଛେଣ୍ଡିପଦାରେ ଲୋକେ ଆତଙ୍କିତ

You are currently viewing ଖେଳପଡ଼ିଆରେ ସିମେଣ୍ଟ ଚେୟାର ଭାଙ୍ଗିଲା ହାତୀ, ଛେଣ୍ଡିପଦାରେ ଲୋକେ ଆତଙ୍କିତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ଦନ୍ତା ହାତୀର ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ବାରମଞ୍ଚା ଗାଁର ଖେଳପଡ଼ିଆରେ ଏକ ଦନ୍ତା ପଶି ସେଠାରେ ଥିବା ୧୦ଟି ସିମେଣ୍ଟ ଚେୟାରକୁ ଭାଙ୍ଗି ନଷ୍ଟ କରିଦେଇଛି।

ଏହି ହାତୀଟି କିଛି ଦିନ ହେଲା ଗାଁରେ ଘର ଭାଙ୍ଗିବା ସହ ଚାଷ ଜମିରେ ପଶି ଫସଲ ନଷ୍ଟ କରୁଛି। ପୂର୍ବରୁ ଏଠାକୁ ପ୍ରାୟ ୪୦ଟି ହାତୀ ଆସିଥିଲେ। ବନ ବିଭାଗ ସେମାନଙ୍କୁ ଘଉଡ଼ାଇ ଦେଇଥିଲେ ମଧ୍ୟ ଏହି ଗୋଟିଏ ଦନ୍ତା ହାତୀ କୌଣସି ପ୍ରକାରେ ଯାଉନାହିଁ। ଘରଦ୍ୱାର ଏବଂ ଫସଲ ସହ ଏବେ ପଡ଼ିଆର ଜିନିଷ ଭାଙ୍ଗୁଥିବାରୁ ଗ୍ରାମବାସୀ ବେଶ୍ ଭୟଭୀତ ଅଛନ୍ତି। ତୁରନ୍ତ ଏହି ହାତୀକୁ ଏଠାରୁ ଘଉଡ଼ାଇବା ପାଇଁ ଲୋକେ ଦାବି କରିଛନ୍ତି।

Share

Leave a Reply