ଅବକାରୀ ଚଢ଼ଉ: ୧୦ ଲକ୍ଷରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ, ୩ ଗିରଫ

0

ଆଠମଲ୍ଲିକ : ୬୨ ନମ୍ବର ରାଜ୍ୟ ରାଜପଥ କିଆକଟା ଠାରୁ ବଇଣ୍ଡା ମଧ୍ୟରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ଉ କରିଛି। ଏହି ସମୟରେ ବିଭାଗ ପକ୍ଷରୁ ପେଡ଼ିପଥର ନିକଟରେ ଏକ ଚାରିଚକିଆ ଗାଡ଼ି ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି।

online coaching

ଜବତ ମହିନ୍ଦ୍ରା କମ୍ପାନୀର ଟିୟୁଭି ୩୦୦ (ଓଡି ୦୨ ଏପି ୨୬୯୬) ଗାଡି ଭିତରୁ ୧୦୨ କିଲୋ ଗଞ୍ଜେଇ ମିଳିଛି, ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୨୦ ହଜାର ହେବ। ସେହିପରି ଜବତ ଗାଡିର ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ କହିଛି l ଗିରଫ ହୋଇଥିବା ସମସ୍ତ ୩ ଜଣ ଉତ୍ତର ପ୍ରଦେଶର l ସେମାନେ ହେଲେ ଉତ୍ତର ପ୍ରଦେଶ ଭାଡୋହି ଜିଲ୍ଲାର ସନ୍ଦୀପ ଗୁପ୍ତା (୨୨) ଓ ରାଧେଶ୍ୟାମ ଚୌହାନ (୨୩), ମିର୍ଜାପୁରର ମନୋଜ ମାଲଭିଆ (୨୯ )। ଡାକ୍ତରୀ ମାଇନା ପରେ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି l

ଭାରପ୍ରାପ୍ତ ଅବକାରୀ ନିରୀକ୍ଷକ ଧରଣୀଧର ପ୍ରହରାଜଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ଉରେ ବଇଣ୍ଡା ଅବକାରୀ ସବ ଇନିସ୍ପେକ୍ଟର ରଞ୍ଜିତା ହରିଚନ୍ଦନ, ଏଏସଆଇ ମାନସ ରଞ୍ଜନ ପ୍ରଧାନ ଓ ଆଠମଲ୍ଲିକ ବଇଣ୍ଡା ଅବକାରୀ କର୍ମଚାରୀ ସାମିଲ ଥିଲେ।

Leave A Reply

Your email address will not be published.

error: Content is protected !!