ବିଶ୍ବ ମାତୃତ୍ବ ଦିବସରେ ଅନୁଗୁଳରେ ୨ୟ ରାହାଗିରି ମା’ଙ୍କ ପାଇଁ

You are currently viewing ବିଶ୍ବ ମାତୃତ୍ବ ଦିବସରେ ଅନୁଗୁଳରେ ୨ୟ ରାହାଗିରି ମା’ଙ୍କ ପାଇଁ

ଅନୁଗୁଳ: ଅନୁଗୁଳ ସହରରେ ରବିବାର ସକାଳେ ଦ୍ଵିତୀୟ ରାହଗିରି ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥ ମନ୍ଦିର ରାସ୍ତାରେ ଅନୁଷ୍ଠିତ ଏହି ରାହାଗିରିରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ୱ ମାତୃତ୍ବ ଦିବସରେ ରାହଗିରି ସବୁ ମା’ ମାନଙ୍କ ପାଇଁ ସମର୍ପିତ ବୋଲି କହିଥିଲେ। ଜିଲ୍ଲାରେ ମା’ ମାନଙ୍କର ସ୍ୱାସ୍ଥ୍ୟ ଯଥା ପ୍ରସୂତୀଙ୍କୁ ଚିକିତ୍ସା ସୁବିଧାସହ ନାରୀ ସଶକ୍ତିକରଣ ଉପରେ କିଭଳି ଗୁରୁତ୍ୱ ଦିଆଯାଉଛି ତାହା ବର୍ଣନା କରିଥିଲେ। ଖୁବ ଶୀଘ୍ର ଜିଲ୍ଲାରେ ଭେଣ୍ଡିଙ୍ଗ ମେସିନ ମାଧ୍ୟମରେ ସ୍ୟାନିଟାରି ପ୍ୟାଡ ବିକ୍ରି ଆରମ୍ଭ ହେବ ବୋଲି ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେ।

ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଯୋଗ, ପ୍ରାଣାୟାମ, ଟାଇକୁଣ୍ଡୋ ସଂଘ ପକ୍ଷରୁ ବିଭିନ୍ନ ମାର୍ଶାଲ ଆର୍ଟ, ପେଣ୍ଟିଙ୍ଗ ପ୍ରଶିକ୍ଷଣ, ସାଇକ୍ଲିଙ୍ଗ ଆଦିର ମଜା ଉଠାଇଥିଲେ ଛାତ୍ରଛାତ୍ରୀ। ସମ୍ମାନିତ ଅତିଥି ଭାବେ ଏସପି ଜଗମୋହନ ମୀନା, ଡିଆରଡିଏ ପ୍ରକଳ୍ପ ସଂଯୋଜକ ଦିଲୀପ ସାହୁ ଏବଂ ଉପଜିଲ୍ଲାପାଳ ବୈତୁର। ଦୀପ ଯୋଗ ଦେଇଥିଲେ। ମଞ୍ଚରେ ଅନୁଗୁଳର ବହୁ କଳାକାର ଏକକ, ଡୁଏଟ, ଦଳଗତ ନୃତ୍ୟ, କମେଡି ସୋ ପ୍ରଦର୍ଶନ କରିଥିଲେ। କୂଳଦୀପ ପଟ୍ଟନାୟକଙ୍କ ସଙ୍ଗୀତ ଯୁବ ଶ୍ରୋତା ମାନଙ୍କୁ ବାନ୍ଧି ରଖିଥିଲା।

Share

Leave a Reply