ଗଣେଶ ଭସାଣିକୁ ଡାକି ଡିଜେବାଲାଙ୍କୁ ଲୁଟ୍, ତିନି ଗିରଫ

You are currently viewing ଗଣେଶ ଭସାଣିକୁ ଡାକି ଡିଜେବାଲାଙ୍କୁ ଲୁଟ୍, ତିନି ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅଧୀନସ୍ଥ ସୁରାଭ ଗାଁ ତଳ ସାହିରେ ଜଣେ ଡିଜେବାଲାଙ୍କ ଠାରୁ ୧୨ ହଜାର ଟଙ୍କା ଲୁଟ୍ କରାଯାଇଥିବା ନେଇ ଲିଖିତ ଅଭିଯୋଗ ହୋଇଛି। ଏ ନେଇ ସଦର ଥାନା ପକ୍ଷରୁ ଏକ ଡକାୟତି ମାମଲା ରୁଜୁ କରାଯାଇ ୩ ଜଣ ଙ୍କୁ ଗିରଫ କରାଯାଇଛି।

ସୂଚନା ମୁତାବକ, ସ୍ଥାନୀୟ ରାଧାରମଣ ପଡ଼ାର ଶିବ ନାଏକ ଗତ ୭ ତାରିଖ ଦିନ ସୁରଭ ଗାଁର ଗଣେଶ ପୂଜା ଭସାଣିକୁ ଡିଜେ ଭଡ଼ାରେ ନେଇଥିଲେ। ଭସାଣି ବେଳେ ଗାଁର ଚିତ୍ତ ରଞ୍ଜନ ବେହେରା (୩୫), ସୁବଳ ନାଏକ (୩୨) ଓ ଶମ୍ଭୁ ନାଥ ନାଏକ (୩୦) ତାଙ୍କୁ ମାର ପିଟ୍ କରି ତାଙ୍କ ଠାରୁ ୧୨ ହଜାର ଟଙ୍କା ଲୁଟି ନେଇଥିଲେ। ଏ ନେଇ ଶିବ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏହି ମାମଲାରେ ୩ ଜଣ ଅଭିଯକ୍ତଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି।

Share

Leave a Reply