ସୁନା ବଦଳରେ ପିତଳ ଦେଇ ଠକେଇ, ୩ ଗିରଫ

You are currently viewing ସୁନା ବଦଳରେ ପିତଳ ଦେଇ ଠକେଇ, ୩ ଗିରଫ

ଅନୁଗୁଳ: ଅନୁଗୁଳ ସହରର ଶିମିଳିପଡ଼ାର ଜଣେ ବ୍ୟକ୍ତିଙ୍କୁ ସୁନା ବଦଳରେ ପିତଳ ଦେଇ ଠକେଇ କରିଥିବା ଅଭିଯୋଗରେ ପୁଲିସ ବୁଧବାର ୩ ଜଣଙ୍କୁ ଗିରଫକରିଛି। ସୂଚନା ମୁତାବକ, ୨୦୨୧ ନଭେମ୍ବର ୩୧ ତାରିଖରେ ଶିମିଳିପଡ଼ାର ଅନନ୍ତ ପ୍ରସାଦ ସାହୁଙ୍କୁ ଏହି ତିନି ଜଣ ୭ ଗ୍ରାମର ପିତଳରେ ସୁନାପାଣି ଚଢ଼ାଇ ୬ ଲକ୍ଷ ୪୪ ହଜାର ଟଙ୍କାରେ ବିକ୍ରି କରିଥିଲେ। ତେବେ କିଛିଦିନ ତଳେ ଅନନ୍ତ ଏହାକୁ ଦୋକାନକୁ ନେଇ ଅନନ୍ତ ପରୀକ୍ଷା କରାଇଥିଲେ। ଏହା ସୁନା ନୁହଁ ପିତଳ ବୋଲି ଦୋକାନି କହିବାରୁ ଅନନ୍ତ ମଙ୍ଗଳବାର ଅନୁଗୁଳ ଯାଉନ ଥାନରେ ଲିଖିତ ଅଭିଯୋଗକରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତକରି ଅନୁଗୁଳ ସହରରେ ରହୁଥିବା ପଶ୍ଚିମବଙ୍ଗର ମିଦିନାପୁର ଅଞ୍ଚଳର ସେକ୍ ସାଜିଦ ମହମଦ୍, ସେକ୍ ବଦ୍ରୁଲ ଓ ମହିଦୁଲ ଇସ୍ଲାମ ସାହାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହି ୩ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି।

Share

Leave a Reply