ପୌରପାଳିକାର ୩ ଏମସିସି ବନ୍ଦ ହେବ: ପ୍ରତିଷ୍ଠା ହେବ କେନ୍ଦ୍ରୀୟ କମ୍ପୋଷ୍ଟିଂ ସେଣ୍ଟର

You are currently viewing ପୌରପାଳିକାର ୩ ଏମସିସି ବନ୍ଦ ହେବ: ପ୍ରତିଷ୍ଠା ହେବ କେନ୍ଦ୍ରୀୟ କମ୍ପୋଷ୍ଟିଂ ସେଣ୍ଟର

ଅନୁଗୁଳ: ଏକ ଘଟଣାକ୍ରମରେ ଅନୁଗୁଳ ପୌରପାଳିକା ମଧ୍ୟରେ ଥିବା ତିନି ଗୋଟି ଏମସିସି ବା କ୍ଷୁଦ୍ର ଜୀବସାର ପ୍ରକ୍ରିୟାକରଣ କେନ୍ଦ୍ର ଖୁବ୍ ଶୀଘ୍ର ବନ୍ଦ୍ ହେବ। ଏହି ତିନି ଗୋଟି କେନ୍ଦ୍ର ହୁଲୁରୁଷିଂହା, ହେମସୁରପଡା ଓ ବିଏଡ କଲେଜ୍ ନିକଟରେ ରହିଛି। ପାରମ୍ପରିକ ପଦ୍ଧତିରେ ଏଠାରେ ଓଦା ଅଳିଆରୁ ଖତ ବାହାର କରାଯାଇ ବିକ୍ରି କରାଯାଉଛି।

କିନ୍ତୁ ଏହି ପଦ୍ଧତିରେ ଦୁର୍ଗନ୍ଧ ହେଉଥିବାରୁ ସ୍ଥାନୀୟ ବାସିନ୍ଦା ବିଭିନ୍ନ ସମୟରେ ଏହାର ପ୍ରତିଷ୍ଠା ନେଇ ବିରୋଧ କରି ଆସୁଥିଲେ । ଜିଲ୍ଲାପାଳ ଏକ କମିଟି ଗଠନ କରି ଏସବୁ ଅନୁଧ୍ୟାନ କରିବା ପରେ ଏହାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ସ୍ଥାନରେ ରହିଥିବା ମ୍ୟାଟେରିଆଲ ରିକଭରି ସେଣ୍ଟର୍ କିନ୍ତୁ ଚାଲୁ ରହିବ। ବଅତ୍ୟାଧୁନିକ ଉପାୟରେ ଶୁଖିଲା ଆବର୍ଜନାରୁ ପ୍ଲାଷ୍ଟିକ ଆବର୍ଜ୍ଜନାକୁ ରିସାଇକଲ କରାଯିବାର ବ୍ୟବସ୍ଥା କରାଯିବ।

ଅନ୍ୟପକ୍ଷରେ ପୌରପାଳିକା ପକ୍ଷରୁ କେନ୍ଦ୍ରୀୟ କଂପୋଷ୍ଟିଂ ସେଣ୍ଟର୍ ନିର୍ମାଣ କରାଯିବ। ଏଥିପାଇଁ ବସ୍ତି ଠାରୁ ଦୂରରେ ଏହାକୁ ନିର୍ମାଣ କରାଯିବ। ଏହି କେନ୍ଦ୍ରରେ ଅତ୍ୟାଧୁନିକ ଉପାୟରେ ଓଦା ଅଳିଆରୁ ଖତ ବାହାର କରାଯିବ। ଏହି କେନ୍ଦ୍ରରୁ କୌଣସି ଦୁର୍ଗନ୍ଧ ବାହାରିବ ନାହିଁ। ଅଧିକ ଓଦା ଅଳିଆକୁ ଏହି କେନ୍ଦ୍ରରେ ପ୍ରକ୍ରିୟାକରଣ କରାଯିବ। ଏଥିପାଇଁ ଆବଶ୍ୟକ ଅର୍ଥ ଡିଏମଏଫରୁ ଭରଣା କରାଯିବ। ପୌରପାଳିକାର କର୍ମଚାରୀ ମାନଙ୍କୁ ଜିନ୍ଦଲ ପ୍ଲାଣ୍ଟ ପଠାଯାଇ ସେମାନଙ୍କୁ ତାଲିମ ମଧ୍ୟ ଦିଆଯିବ।

Share

Leave a Reply