ଅନୁଗୁଳ: ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ବନାଞ୍ଚଳର ଚିନ୍ତାମଣିପୁର ଗ୍ରାମରୁ ଏକ ଅଟୋରିକ୍ସା ସହ ୩ କୁଇଣ୍ଟାଲ କେନ୍ଦୁପତ୍ର ଜବତ ହୋଇଛି । ଗାଡ଼ି ଚାଳକ ଫେରାର୍ ହୋଇଯାଇଥିବା ବେଳେ ତା’ର ସହଯୋଗୀ କିଶୋରନଗର ଥାନା ବଙ୍କାପଳସା ଗ୍ରାମର ଲବ ସାହୁ(୨୯) କୁ ବନ କର୍ମଚାରୀ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତକୁ ରବିବାର କୋର୍ଟଚାଲାଣ କରାଯାଇଛି। ଅଟୋରିକ୍ସାରେ ଚୋରା କେନ୍ଦୁପତ୍ର ଚାଲାଣ ହେଉଥିବା ଖବର ପାଇ ରେଞ୍ଜ ଅଫିସର୍ ରବିନାରାୟଣ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର ସନ୍ତୋଷ ନାୟକ, ସୁବ୍ରତ କୁମାର ଶତପଥୀ, ଗାର୍ଡ ପ୍ରବୀଣ କୁମାର ପ୍ରଧାନ, ଶାନ୍ତନୁ କୁମାର ଦେହୁରୀ, କମଳ ଲୋଚନ ନାୟକ, ବିବେକାନନ୍ଦ ନାୟକ ପ୍ରମୁଖ ଗାଡ଼ିର ପିଛା କରି ବନ୍ଧଗାଁ’ଠାରେ କାବୁ କରିଥିଲେ।
୩ କୁଇଣ୍ଟାଲ କେନ୍ଦୁପତ୍ର ଜବତ, ଜଣେ ଗିରଫ
- Post published:May 10, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
