ଦୀପାବଳିରେ ଅଘଟଣ, ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା

You are currently viewing ଦୀପାବଳିରେ ଅଘଟଣ, ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା

ବଅଁରପାଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ବାଲି ସାହିରେ ଦୀପାବଳିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଜଳିଯାଇଛି। ଗାଁର ହଟ୍ଟକିଶୋର ଦଳବେହେରାଙ୍କ ୩ ବଖରା ଘର ଜଳିଯାଇଛି।

ସୂଚନା ମୁତାବକ, ହଟ୍ଟକିଶୋରଙ୍କ ପରିବାର ଲୋକ ଦୀପାବଳି ପାଇଁ ବ୍ୟସ୍ତ ଥିବା ବେଳେ କୌଣସି କାରଣରୁ ତାଙ୍କ ଘରେ ନିଆଁ ଲାଗିଯାଇଥିଲା। ଖବର ପାଇ ବୁଢାପଙ୍କ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ହଟ୍ଟକିଶୋରଙ୍କ ଧାନ ଚାଉଳ, ଲୁଗାପଟା ସହ ନଗଦ ଟଙ୍କା ପୋଡ଼ି ଯାଇଛି। ତାଙ୍କୁ ସରକାରଙ୍କ ତରଫରୁ ସାହାଯ୍ୟ ଯୋଗାଇ ଦେବାକୁ ବିଡିଓଙ୍କୁ ନିବେଦନ କରିଛନ୍ତି।

Share

Leave a Reply