ଅନୁଗୁଳ: ତ୍ରୁଟିପୂର୍ଣ୍ଣ ଡିଏଲ ଦେଇ ଏବେ ହରଡ଼ଘଣାରେ ପଡିଛନ୍ତି ଅନୁଗୁଳ ଆରଟିଓ। ଘଟଣାଟି ହେଲା କାଣ୍ଡଶର ନାଲକୋନଗର ଅଞ୍ଚଳର ଜଣେ ବ୍ୟକ୍ତି ଯାହାଙ୍କ ନାଁ ଚନ୍ଦ୍ରଶେଖର ସାହୁ ଅନୁଗୁଳ ଆରଟିଓ ଅଫିସରୁ ଏକ ଡ୍ରାଇଭିଂ ଲାଇସେନ୍ସ ନେଇଥିଲେ ଯାହାର ଭାଲିଡିଟି ୨୩.୨.୨୦୦୪ ରୁ ୨୨.୨.୨୪ ଲେଖାଯାଇଥିଲା। ୨୦୧୯ରେ ଚନ୍ଦ୍ରଶେଖର ଯେତେବେଳେ ଡିଏଲକୁ ମାନୁଆଲରୁ ସ୍ମାର୍ଟ କାର୍ଡ କରିବାକୁ ଚାହିଁଲେ ଏବଂ ଦରଖାସ୍ତ କଲେ ସେତେବେଳେ ଅନୁଗୁଳ ପରିବହନ ବିଭାଗ ପକ୍ଷରୁ କୁହାଗଲା – ତୁମର ଲାଇସେନ୍ସ ୫.୧୦.୨୦୧୩ରୁ ଏକସପାୟେରୀ ହୋଇଯାଇଛି।
ନବୀକରଣ କରିବାକୁ ହେଲେ ୫ହଜାର ଟଙ୍କା ଡିପୋଜିଟ କରିବାକୁ ହେବ। ଏଥିରେ ଅସନ୍ତୁଷ୍ଟ ହୋଇ ଚନ୍ଦ୍ରଶେଖର ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ। ଏ ମାମଲାରେ ଅଦାଲତ ଅନୁଗୁଳ ଆର୍ଟିଓ ଓ ଏଷ୍ଟିଏ କମିଶନରଙ୍କୁ ପକ୍ଷଭୁକ୍ତ କରି ନୋଟିସ ଜାରି କରିଥିଲେ।ତେବେ ଉଭୟ ଅଦାଲତରେ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିବା ପରେ ଅନୁଗୁଳ ଆରଟିଓ ଡାକ ଯୋଗେ ଏକ ଚିଠି ପଠାଇ ଚନ୍ଦ୍ରଙ୍କ ଡିଏଲଟି ଅସାବଧାନତା ହେତୁ ତ୍ରୁଟି ରହିଥିବା ମାନି ଥିଲେ। ଏହାପରେ ଖାଉଟି ବିବାଦ ବିଚାର ମଞ୍ଚର ଅଧ୍ୟକ୍ଷ ସରୋଜ କୁମାର ସାହୁ ଓ ସଭ୍ୟା ସସ୍ମିତା ରଥ ୧୬.୨.୨୦୨୩ରେ ଏ ମାମଲାର ଶୁଣାଣି କରି ଗାଡ଼ି ଚାଳକକୁ ଉପଯୁକ୍ତ ସେବା ଦେଇ ପାରିନଥିବାରୁ ୩୦ ହଜାର ଟଙ୍କା ଜୋରିମାନା ଓ ଲିଟିଗେଶନ ଖର୍ଚ୍ଚ ବାବଦକୁ ଆଉ ୫ହଜାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।