୩୯ ବର୍ଷରେ ସ୍ୱର୍ଣଲକ୍ଷ୍ମୀ ପୂଜା କମିଟି, ମଣ୍ଡପରେ ଶ୍ରୀମନ୍ଦିରର କଳାକୃତି ବାଇଶି ପାହାଚରୁ ଆନନ୍ଦ ବଜାର ଅଭଡ଼ା

You are currently viewing ୩୯ ବର୍ଷରେ ସ୍ୱର୍ଣଲକ୍ଷ୍ମୀ ପୂଜା କମିଟି,  ମଣ୍ଡପରେ ଶ୍ରୀମନ୍ଦିରର କଳାକୃତି ବାଇଶି ପାହାଚରୁ ଆନନ୍ଦ ବଜାର ଅଭଡ଼ା

ଅନୁଗୁଳ: ସବୁବେଳେ ନିଜ ଆକର୍ଷଣୀୟ ତୋରଣ ଓ ଚିତ୍ତାକର୍ଷକ ଶୋଭାଯାତ୍ରା ପାଇଁ ପ୍ରସିଦ୍ଧ ଥିବା ଅନୁଗୁଳ ସ୍ବର୍ଣ୍ଣଲକ୍ଷ୍ମୀ ପୂଜା କମିଟି କାଞ୍ଚନ ବଜାର ଏଥର କିଛିvଅଲଗା କରି ଦେଖାଇଛନ୍ତି।

ଚଳିତ ବର୍ଷ ପୁରୀ ଶ୍ରୀମନ୍ଦିରର ପ୍ରତିରୂପ ତାଙ୍କ ମଣ୍ଡପରେ ଶୋଭା ପାଇଛି। ଦର୍ଶକ ମାନେ ଏହାକୁ ପ୍ରଚୁର ଭଲପାଇବା ଦେଉଛନ୍ତି। ମଣ୍ଡପରେ ରହିଛି ଗୋଡ଼ ଧୋଇବା ବ୍ୟବସ୍ଥା,ବାଇଶି ପାହାଚ,ନାଟ ମନ୍ଦିରରେ ଆକର୍ଷଣୀୟ ସାଜସଜ୍ଜା,ଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମା ଓ ଶେଷରେ ଆନନ୍ଦ ବଜାର। ଦିନ ବେଳା ଅଭଡ଼ାର ବାସ୍ନା ଓ ସନ୍ଧ୍ୟା lରେ ମାଲପୁଆ,କାକରା, ଗଜା ଭଳି ଶୁଖିଲା ଭୋଗ।ପ୍ରାୟ ତିରିଶ ଫୁଟ ଉଚ୍ଚର ଶ୍ରୀମନ୍ଦିରର ପ୍ରତିକୃତିରେ ମଧ୍ୟ ଶୋଭା ପାଉଛି ନୀଳଚକ୍ର ଓ ପତିତପାବନ ବାନା। କର୍ମକର୍ତ୍ତାଙ୍କ ଅଦମ୍ୟ ପ୍ରୟାସରେ କାଞ୍ଚନ ବଜାର ପୂଜା ମଣ୍ଡପ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରୁଛି। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି ।

କମିଟିର ସଭାପତି ରତିକାନ୍ତ ଦାସ,ସମ୍ପାଦକ ଗାଙ୍ଗୁଲି ସାହୁ କୋଷାଧ୍ୟକ୍ଷ ଲାଲମୋହନ ଦାସ ଏବଂ ତାଙ୍କ ସହଯୋଗୀ ମାନେ ପୂଜାକୁ ସର୍ବାଙ୍ଗ ସୁନ୍ଦର୍ କରିବାପାଇଁ ଚେଷ୍ଟା ଜାରି ରଖିଛନ୍ତି।

Share

Leave a Reply