୬ ଫୁଟର ଅଜଗର ଉଦ୍ଧାର

You are currently viewing ୬ ଫୁଟର ଅଜଗର ଉଦ୍ଧାର

ଅନୁଗୁଳ: ବଅଁରପାଳ ବ୍ଲକ୍ ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମରୁ ଏକ ୬ ଫୁଟ୍ ଲମ୍ବର ଅଜଗର ସାପ ସ୍ନେକ୍ ରେସ୍କ୍ୟୁ ଟିମ୍ ଉଦ୍ଧାର କରିଛି। ବଳରାମପ୍ରସାଦ ହିଙ୍ଗୁଳା ମନ୍ଦିର ସମ୍ମୁଖରେ ଉକ୍ତ ଅଜଗରଟି ରାସ୍ତା ପାର ହେଉଥିଲା। ଏହି ସମୟରେ ମନ୍ଦିରକୁ ଦର୍ଶନ କରିବାକୁ ଆସିଥିବା ଗ୍ରାମବାସୀ ଅଜଗରଟି ମନ୍ଦିର ପାଖରୁ ପଣ୍ଡୁଆ ପୋଖରୀ ଆଡକୁ ଯାଉଥିବା ଦେଖିବାକୁ ପାଇଥିଲେ। ପରେ ଗ୍ରାମର କିଛି ଯୁବକ ଅନୁଗୁଳ ସ୍ନେକ୍ ରେସ୍କ୍ୟୁ ଟିମ୍‌ର ଅଧ୍ୟକ୍ଷ ବିଭୁତି ନାହାକଙ୍କୁ ଅବଗତ କରାଇଥିଲେ। ପରେ ଶ୍ରୀ ନାହାକ, ଟିମ୍ ସଦସ୍ୟ ସୁବାସ ସାହୁ ଏବଂ ପ୍ରେମାନନ୍ଦ ସିଂହ ଘଟଣାସ୍ଥଳରେ ପହଞ୍ଚି ଅଜଗରକୁ ଉଦ୍ଧାର କରିଥିଲେ। ଏହି ଅଜଗର ସାପଟିର ଓଜନ ପାଖାପାଖି ୫ କିଲୋ ବୋଲି ଜଣାପଡ଼ିଛି। ପରେ ସେମାନେ ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଛନ୍ତି।

 

Share

Leave a Reply