ମା’ ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ୪ ଲକ୍ଷ

You are currently viewing ମା’ ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ୪ ଲକ୍ଷ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠରେ ଥିବା ୨ଟି ହୁଣ୍ଡି ମଙ୍ଗଳବାର ଖୋଲାଯାଇଥିଲା । ତାଳଚେର ତହସିଲଦାର ମନ୍ମଥ ନାୟକ, ଗୋପାଳପ୍ରସାଦ ଫାଣ୍ଡି ଅଧିକାରୀ ଉଦୟନାଥ ବେହେରା, ଟ୍ରଷ୍ଟବୋର୍ଡ ସଦସ୍ୟ ମୁରଲୀଧର ସାହୁ, ରାଜେନ୍ଦ୍ର ସିଂହ, ଅରୁଣ ପ୍ରଧାନ, ଗଗନ ବିହାରୀ ସାହୁ, ସନ୍ତୋଷ ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲି ଟଙ୍କା ଗଣତି ହୋଇଥିଲା। ଏଥିରୁ ମୋଟ ୪ ଲକ୍ଷ ୭ ଶହ ୭୫ ଟଙ୍କା ମିଳିଥିବା ଜଣାପଡ଼ିଛି। କନିଷ୍ଠ ରାଜସ୍ବ ସହକାରୀ ଅଧିକାରୀ ଧୂଳେଶ୍ବର ବେହେରା, ପଞ୍ଚାନନ ବେହେରାଙ୍କ ସମେତ ଗୋପାଳପ୍ରସାଦ ଗାଁର କେତେକ ଯୁବକ ଏଥିରେ ସହଯୋଗ କରିଥିଲେ।

Share

Leave a Reply