ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଳିଆପଡା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ପ୍ରାଥମିକ ବିଦ୍ୟାଳୟର ୪ ଜଣ ଛାତ୍ରଛାତ୍ରୀ କୃମି ବଟିକା ଆଲବେଣ୍ଡାଯ଼ୋଲ ସହ ଫଲିକ ଏସିଡ ବଟିକା ଖାଇ ଅସୁସ୍ଥ ହୋଇଥିବା ଜଣାପଡିଛି। ସ୍କୁଲରେ ଏହି ବଟିକା ଖାଇବା ପରେ ସାତ, ଆଠ ଜଣ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା।
ତେବେ ସନ୍ଧ୍ୟା ସୁଦ୍ଧା ଅସୁସ୍ଥତା ନ କମିବାରୁ ସେମାନଙ୍କ ମଧ୍ୟରୁ ତିନି ଜଣ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତି କରାଯାଇଛି ସେମାନଙ୍କ ଅବସ୍ଥା ଏବେ ସ୍ଥିର ଅଛି। ଏଥି ନେଇ ବ୍ଲକ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ କୃମି ବଟିକା ଖାଇବା ଦ୍ୱାରା କିଛି ଜଣଙ୍କ ଦେହରେ ପ୍ରତିକ୍ରିୟା ଦେଖାଦିଏ। ଏଥିରେ ଭୟଭୀତ ହେବାର କିଛି ନାହିଁ।ପିଲାମାନଙ୍କ ଚିକିତ୍ସା କରାଯାଉଛି।ଅନ୍ୟ ସ୍କୁଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏଥିନେଇ ସଚେତନ କରାଯାଇଛି।