ଅନୁଗୁଳ: ଅନୁଗୁଳରେ ଗତ କିଛି ମାସ ହେବ ହୃଦଘାତ ସମସ୍ୟା ବଢ଼ିବାରେ ଲାଗିଛି। ପ୍ରତି ଦୁଇ ତିନି ଦିନରେ ଜଣେ କାହାରି ନା କାହାରି ହୃଦଘାତରେ ମୃତ୍ୟୁ ଘଟିଥିବା ଏକ ଆକଳନରୁ ଜଣା ପଡ଼ିଛି। ପରିବର୍ତ୍ତିତ ଜୀବନଶୈଳୀ, ଜଙ୍କଫୁଡର ବ୍ୟପକ ବ୍ୟାବହାର ଏବଂ ଉତ୍କଟ ବାୟୁ ପ୍ରଦୂଷଣ ଯୋଗୁଁ ଏସବୁ ଘଟୁଥିବା କୁହା ଯାଉଛି। ସଚେତନତା ଅଭାବରୁ ନିୟମିତ ହାର୍ଟ ପରୀକ୍ଷା ଲୋକେ ମଧ୍ୟ କରୁନାହାନ୍ତି।
ଆମ ଅନୁଗୁଳ ହସ୍ପିଟାଲରେ ଛାତି ରୋଗ ବିଶେଷଜ୍ଞ ସାଙ୍ଗକୁ, କାର୍ଡିଓଲୋଜିଷ୍ଟଙ୍କ ପରାମର୍ଶ ମଧ୍ୟ ଦିଆଯାଉଛି। ତେବେ ଯାହା ହେଉନା କାହିଁକି ଗତ ଦୁଇ ଦିନରେ ଦୁଇ ଜଣ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଅନୁଗୁଳ ବ୍ୟବସାୟୀ ମହଲରେ ଶୋକର ଲହରୀ ଖେଳାଇ ଦେଇଛି। ମଙ୍ଗଳ ବାର ନିଉ ଡେଲି ମାର୍କେଟର ବ୍ୟବସାୟୀ ଅନିଲ ପ୍ରଧାନଙ୍କ ପରଲୋକ ପରେ ବୁଧବାର ସନ୍ଧ୍ୟାରେ ଅନୁଗୁଳ ପୁରୁଣା ବସ୍ ଷ୍ଟାଣ୍ଡ ଅଞ୍ଚଳର ଜଣାଶୁଣା ବ୍ୟବସାୟୀ ମନୋଜ ପ୍ରଧାନଙ୍କ ମଧ୍ୟ ହୃଦଘାତରେ ପରଲୋକ ଘଟିଛି।ଦୁଇ ଦିନରେ ଦୁଇଟି ଘଟଣା ବ୍ୟବସାୟୀ ମହଲରେ ଶୋକର ଛାୟା ଖେଳାଇ ଦେଇଛି।











