ଅନୁଗୁଳ: ସ୍ଥାନୀୟ ମାଟିଆ ସାହିରେ ଆଜି ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ଏଲଟି ଲାଇନର ଖୁଣ୍ଟ ପୋତା ଯାଉଥିବା ବେଳେ ଖୁଣ୍ଟ ଉପରେ ଥିବା ୩୩ କେଭି ଲାଇନ ସଂସ୍ପର୍ଶରେ ଆସି ଯାଇଥିଲା ଫଳରେ ସେଠାରେ କାର୍ଯ୍ୟରତ ଏକ ଠିକା ସଂସ୍ଥାର ୪ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।
ଆହତ ଶ୍ରମିକ ମାନେ ହେଲେ ମଙ୍ଗଳ ଟୁଡୁ (୩୦), ଅନୀଲ ଟୁଡୁ (୨୨), ଵିଶାଲ ହଂସଦା(୩୨) ଓ ବାହାଶନ ଟୁଡୁ(୧୯)। ସେଠାରେ ମୋଟ ୧୩ ଜଣ ଶ୍ରମିକ କାମ କରୁଥିଲେ। ଆହତ ମାନଙ୍କୁ ଅନୁଗୁଳ ଡାକ୍ତର ଖାନାରେ ଭର୍ତି କରାଯାଉଛି। ୩୩ କେଭିର ସଟ ଡାଉନ ନ ନେଇ ଖୁଣ୍ଟ ପୋତା ଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଇଛି ।