ପଡିଆଭଙ୍ଗା ଉଚ୍ଚ ବିଦ୍ୟାଳୟରେ ୪୩ ତମ ବାର୍ଷିକ କ୍ରୀଡ଼ା ଆୟୋଜିତ

You are currently viewing ପଡିଆଭଙ୍ଗା ଉଚ୍ଚ ବିଦ୍ୟାଳୟରେ ୪୩ ତମ ବାର୍ଷିକ କ୍ରୀଡ଼ା ଆୟୋଜିତ

ତାଳଚେର: ଅନୁଗୁଳ ଜିଲ୍ଲା ଗୁରୁଜାଙ୍ଗୁଲି ପଞ୍ଚାୟତ ପଡିଆଭଙ୍ଗା ଉଚ୍ଚ ବିଦ୍ୟାଳୟରେ ୪୩ ତମ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଛି। ଏହି ଉତ୍ସବ ଦୁଇଦିନ ଧରି ମହାସମାରୋହରେ ପାଳିତ ହୋଇଛି। ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ଗୁରୁଜାଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀପକ କୁମାର ମିଶ୍ର କ୍ରୀଡା ମଶାଲ ସ୍ଥାପନ ଓ କ୍ରୀଡା ପତାକା ଉତ୍ତୋଳନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଲତିକା ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କ୍ରୀଡା ଶିକ୍ଷକ ଶଙ୍କର୍ଷଣ ସାହୁ କ୍ରୀଡା ବିବରଣୀ ପାଠ କରିଥିଲେ।
ସମ୍ମାନିତ ଅତିଥି ଭାବେ ଶିକ୍ଷକ ଶ୍ରୀମୁଖ ସାହୁ, ବରିଷ୍ଠ ଶିକ୍ଷୟିତ୍ରୀ ମିନାକ୍ଷୀ ଶତପଥି ଯୋଗଦେଇ ବିଦ୍ୟାଳୟର ସାମ୍ପ୍ରତିକ ସମସ୍ୟା ଉପରେ ଆଲୋକପାତ କରିଥିଲେ।

ସେହିପରି ଦ୍ଵିତୀୟ ଦିବସର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ତାଳଚେର ବ୍ଲକ ଶିକ୍ଷା ଅଧିକାରୀ ଖଗେଶ୍ୱର ବେହେରା ଯୋଗଦେଇ ନିଜର ଅର୍ଥପୂର୍ଣ୍ଣ ଭାଷଣରେ ପ୍ରତିଭାର ବିକାଶରେ ପିଲାମାନଙ୍କ ପାଇଁ ସୁଯୋଗ ଓ ଅବସର ସୃଷ୍ଟି କରିବା ଶିକ୍ଷକର ପ୍ରମୁଖ ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର କର, ବାଜି ରାଉତ ଛାତ୍ରବାସର ସମ୍ପାଦକ ତଥା କବି ଈଂ ଧନେଶ୍ୱର ସାହୁ ଓ ପ୍ରାକ୍ତନ ଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ଥିଲେ। ଏହି ଉତ୍ସବରେ ଶିକ୍ଷୟିତ୍ରୀ ସ୍ବର୍ଣ୍ଣପ୍ରଭା ମିଶ୍ର, ଜ୍ୟୋତିର୍ମୟୀ ରାଉତ, ସିଦ୍ଧାର୍ଥ ବେହେରା, ଅଜୟ କୁଣ୍ଡ, ତିଳୋତ୍ତମା ଭୂତିଆ ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply