ଅନୁଗୁଳ ମହୋତ୍ସବର ୪ର୍ଥ ସନ୍ଧ୍ୟା: ୟାସେର ଆଶୁତୋଷ ଓ ଅର୍ପିତାଙ୍କ ଗୀତରେ ଦୁଲୁକିଲା ମଞ୍ଚ

0

ଅନୁଗୁଳ: ୧୦ମ ଅନୁଗୁଳ ମହୋତ୍ସବର ଚତୁର୍ଥ ସନ୍ଧ୍ୟାକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ। ନିଜ ବକ୍ତବ୍ୟରେ ଶ୍ରୀ ଦଳାଇ ଅନୁଗୁଳ ମହୋତ୍ସବରେ ଜିଲ୍ଲାର କଳା ସଂସ୍କୃତି ଓ ପରମ୍ପରା ପ୍ରତିଫଳିତ ହୋଇଛି ଏବଂ ଏହି ଶିଳ୍ପ ସମୃଦ୍ଧ ଜିଲ୍ଲାର ଭବିଷ୍ୟତ ଉଜ୍ଜ୍ୱଳ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଉତ୍ତର କେନ୍ଦ୍ରାଞ୍ଚଳ ଡ଼ିଆଇଜି ବ୍ରିଜେଶ କୁମାର ରାୟ, ଅରସିସିଏଫ ଏମ ଯୋଗଜୟନନ୍ଦ ଓ ଦେବଗଡ ଜିଲ୍ଲାପାଳ ଏସକେ ଉପାଧ୍ୟାୟ ଯୋଗ ଦେଇ ଜିଲ୍କା ପ୍ରଶାସନର ମହୋତ୍ସବ ପରିଚାଳନାକୁ ପ୍ରସଂଶା କରିଥିଲେ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସ୍ୱାଗତ ଭାଷଣ ଦେବା ସହ ଗତ ୩୦ ବର୍ଷ ମଧ୍ୟରେ ଅନୁଗୁଳ ର ପ୍ରଗତି ଉପରେ ସଂକ୍ଷିପ୍ତ ପରିଚୟ ଦେଇଥିଲେ।ସମାରୋହରେ ଛେଣ୍ଡିପଦାର ସାନ କୀର୍ତ୍ତନ,ପାଲା ଏବଂ ଅନୁଗୁଳ ଓ ନାଲକୋ ଅଞ୍ଚଳର କଳାକାରଙ୍କୁ ନେଇ ଆଧୁନିକ ନୃତ୍ୟ ପରିବେଷିତ ହୋଇଥିଲା। ଶେଷରେ ବଲିଉଡ ସିଙ୍ଗର ୟାସେର ଦେଶାଇ,ଓଲିଉଡ ଗାୟକ ଆଶୁତୋଷ ମହାନ୍ତି ଓ ଓଡ଼ିଆ ଗାୟିକା ଅର୍ପିତା ଚୌଧୁରୀ ନିଜର ସଙ୍ଗୀତର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ।

Leave A Reply

Your email address will not be published.

error: Content is protected !!