କଣିହାଁ ବ୍ଲକରେ ୫ ଦିନିଆ ଦୀର୍ଘସ୍ଥାୟୀ ବିକାଶ ତାଲିମ୍ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଆୟୋଜିତ

You are currently viewing କଣିହାଁ ବ୍ଲକରେ ୫ ଦିନିଆ ଦୀର୍ଘସ୍ଥାୟୀ ବିକାଶ ତାଲିମ୍ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଆୟୋଜିତ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସ୍ଥିତ ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ ୫ ଦିନିଆ ପଞ୍ଚାୟତ ଦୀର୍ଘସ୍ଥାୟୀ ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବଦତ୍ତ ପ୍ରଧାନ, ବ୍ଲକ୍ ଉପାଧ୍ୟକ୍ଷା ଜୟନ୍ତୀ ପ୍ରଧାନ, ଜିପିଓ ରଶ୍ମୀରେଖା ନାଏକ, କମ୍ପ୍ୟୁଟର ପ୍ରୋଗ୍ରାମର ଧନେଶ୍ଵର ପ୍ରଧାନ, ମିଶନ ଶକ୍ତି ମୁଖ୍ୟ ବିଶ୍ବଭୂଷଣ କର ଯୋଗ ଦେଇ ଦ୍ଵୀପ ପ୍ରଜ୍ଜ୍ଵଳନ କରି ତାଲିମ ଶିବିର ଉଦ୍ଘାଟିତ କରିଥିଲେ। ଏହି ଶିବିର ୨୧ ତାରିଖ ଯାଏଁ ଚାଲିବ।

ପ୍ରଥମ ପର୍ଯ୍ୟାୟରେ ୫ ଟି ପଞ୍ଚାୟତ ବୀରୁ, ବୁରୁକୁନା, ଅର୍କିଲ୍ ବାଲିପଶି, ବିଜୁଗୋଳ ପଞ୍ଚାୟତର ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ କର୍ମଚାରୀଙ୍କୁ କୃଷି, ଶିକ୍ଷା, ଆର୍ଥିକ ଓ ପୁଷ୍ଟିହୀନତା ଆଦି ବିଷୟରେ ତାଲିମ ଦିଆଯିବ।

ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ କର୍ମଚାରୀ ଦିଲ୍ଲୀପ ପ୍ରଧାନ, ସମୀର ପ୍ରଧାନ, ଇତିଶ୍ରୀ ପ୍ରଧାନ, ସରପଞ୍ଚ ଦୁଃଖବନ୍ଧୁ ବେହେରା, ଧରଣୀଧର ବେହେରା, ରୁକ୍ମିଣୀ ପ୍ରଧାନ, ହାଡିବନ୍ଧୁ ସେଠୀ, ହେମନ୍ତ କୁମାର ସାହୁ, ଗ୍ରାମ ରୋଜଗାର ସେବକ, ଅଙ୍ଗନୱାଡି କର୍ମୀ, ଏଏନଏମ୍, ଆଶା କର୍ମୀ, ଏମବିକେ, ସିଆରପି, ପ୍ରାଣୀ ବିଭାଗ , କୃଷି ବିଭାଗ, ବ୍ୟାଙ୍କ ମିତ୍ର, ଶିକ୍ଷକ ଓ ସିଇସି ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply