ଜିଆଖତ ପ୍ରସ୍ତୁତି ପ୍ରଣାଳୀ ପ୍ରଶିକ୍ଷଣ ନେଲେ ୫ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

You are currently viewing ଜିଆଖତ ପ୍ରସ୍ତୁତି ପ୍ରଣାଳୀ ପ୍ରଶିକ୍ଷଣ ନେଲେ ୫ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

ଅନୁଗୁଳ : ଅନୁଗୁଳ ସହର ଉପକଣ୍ଠ ଖଲାରୀ ଗାଁରେ ଅନୁଗୁଳ ବନ ବିଭାଗ ଏବଂ ରାମେଶ୍ୱର ୟୁଥ୍ କ୍ଲବ ମିଳିତ ସହଯୋଗରେ ମହିଳାମାନଙ୍କୁ ଜିଆଖତ ପ୍ରସ୍ତୁତି ପ୍ରଣାଳୀ ପ୍ରଶିକ୍ଷଣ ଦିଆଯାଇଛି। ଏହା ଦ୍ୱାରା ବହୁ ମହିଳା ଉପକୃତ ହେବେ।

ସୂଚନାଯୋଗ୍ୟ ଯେ, ଖଲାରୀ ପଞ୍ଚାୟତରେ ମହିଳାମାନଙ୍କୁ ଜିଆଖତ ପ୍ରସ୍ତୁତି ପ୍ରଣାଳୀ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ପ୍ରଶିକ୍ଷଣ ନେବା ପାଇଁ ୫ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଯୋଗ ଦେଇଥିଲେ। ସମସ୍ତ ମହିଳାଙ୍କୁ ଜିଆଖତ ପ୍ରସ୍ତୁତିର ସହାୟତା ଉପକରଣ ପ୍ରଦାନ କରାଯାଇଥିଲା। ଏଥିରୁ ଉତ୍ପାଦିତ ଜିଆଖତ ଓ ଜିଆକୁ ମହିଳା ମାନେ ଉପଯୁକ୍ତ ମୂଲ୍ୟରେ ବନ ବିଭାଗକୁ ବିକ୍ରି କରିପାରିବେ ବୋଲି ବନ ବିଭାଗ ପରାମର୍ଶ ଦେଇଥିବା ଜଣାଯାଇଛି।

Share

Leave a Reply